ୟେସ୍ ବ୍ୟାଙ୍କ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେପି, ଅର୍ଥ ସଚିବ କହିଲେ କୌଣସି ଜମାକାରୀଙ୍କ ଅର୍ଥ ବୁଡିବନି

Published By : Prameya-News7 Bureau | March 08, 2020 IST

ଭୁବନେଶ୍ବର ୮।୩: ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ନେଇ ତେଜିଲା ରଜନୀତି । ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କୁ ଚାର୍ଗେଟ୍ କରିଛନ୍ତି । କହିଛନ୍ତି ରାଜ୍ୟ ସରକାରଙ୍କ ୨୦୧୭ ସର୍କୁଲାରରେ ୨୫ଟି ବ୍ୟାଙ୍କ ତାଲିକାରେ ୟେସ୍ ବ୍ୟାଙ୍କର ନାଁ ନଥିଲା । ୨୦୧୯ ଜୁଲାଇରେ ସର୍କୁଲାରରେ ୟେସ୍ ବ୍ୟାଙ୍କର ନାଁ ଯୋଡିଛନ୍ତି ସରକାର । ଏହା ପୂର୍ବରୁ ୨୦୧୯ ମାର୍ଚ୍ଚରେ ଟଙ୍କା କିଭଳି ଜମା ହେଲା । ଯଦି ଲିଷ୍ଟରେ ନାଁ ନଥିଲା ତେହେଲେ ଟଙ୍କା ଡିପୋଜିଟ୍ କଲେ କିପରି ବୋଲି ପ୍ରଶ୍ନ କରିଛି ବିଜେପି ।

{"id":234901,"sizeSlug":"large"}

ବ୍ୟାଙ୍କର ଆର୍ଥିକ ସଙ୍କଟ ଜାଣି ତିରୁମାଲା ତିରୁପତି ମନ୍ଦିର ଟ୍ରଷ୍ଟ ଯଦି ଟଙ୍କା ଉଠାଇ ପାରିଲେ ଓଡିଶା ସରକାର ଜାଣି ପାରିଲେନି କେମିତି । ଏହା ପଛରେ କେଉଁମାନେ ସମ୍ପୃକ୍ତ ତାର ତଦନ୍ତ ହେଉ । ଏହି ପ୍ରସଙ୍ଗରେ ସରକାର ଶ୍ବେତପତ୍ର ପ୍ରକାଶ କରନ୍ତୁ ବୋଲି ଦାବି କରିଛି ଦଳ । ଟଙ୍କା ଫେରସ୍ତ ନହେଲେ ଆଇନର ଆଶ୍ରୟ ନେବ ବିଜେପି ।

ସେପଟେ ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ନେଇ ଅର୍ଥ ସଚିବ ଅଶୋକ ମୀନା ପ୍ରତିକ୍ରିୟାରେ କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ RBIକୁ ଚିଠି ଲେଖିଛି । କୌଣସି ଜମାକାରୀଙ୍କ ଅର୍ଥ ବୁଡିବନି । ସବୁ ସୁରକ୍ଷିତ ବୋଲି ପ୍ରତିଶ୍ରୁତି ଦେଇଛି RBI । ଶ୍ରୀମନ୍ଦିର ପ୍ରଶାସନ ପତ୍ର ଜରିଆରେ ସମସ୍ତ ଅର୍ଥ ମାଚ୍ୟୁରିଟି ପରେ ଉଠାଇବାକୁ ଅନୁମତି ମାଗିଛନ୍ତି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.