Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବିଧାନସଭା ଚତୁର୍ଥ ଦିନ – ବିଜେପି ବିଧାୟକ ଏହିପରି ଭାବେ ସ୍ମିତାରାଣୀଙ୍କ ମୃତ୍ୟୁ ପ୍ରସଙ୍ଗରେ କଲେ ବିରୋଧ ପ୍ରଦର୍ଶନ

16/11/2019 at 5:16 PM

ଭୁବନେଶ୍ୱର ୧୬।୧୧ – ବିଧାନସଭା ଚାଲିଲା । ପ୍ରଶ୍ନକାଳ ହେଲା ଆଉ ମୁଲତବୀ ଆଲୋଚନାର ଉତ୍ତର ରଖିଲେ ମନ୍ତ୍ରୀ । କିନ୍ତୁ ବିରୋଧୀ ଦଳ ବିଜେପି ଅନୁପସ୍ଥିତିରେ ଏସବୁ ଚାଲିଥିଲା । ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ଗତକାଲି ପରି ଆଜି ବି ବିଜେପି ସଦସ୍ୟ ମାନେ ମୁହଁରେ କଳାପଟି ବାନ୍ଧି ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ । ବାଚସ୍ପତି ବିଜେପିକୁ କହିବାକୁ ସୁଯୋଗ ନଦେବାରୁ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ ବିଜେପି ସଦସ୍ୟ । ଶାସକ ଦଳର ଜଣେ ସଦସ୍ୟ କଂଗ୍ରେସର ଜଣେ ବରିଷ୍ଠ  ସଦସ୍ୟଙ୍କ ପାଖରେ ନୁଙ୍ଗୁରୁ ପୁଙ୍ଗୁର ହୋଇ ପ୍ରସଙ୍ଗକୁ ଦବାଇବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛି ବିଜେପି । ସେପଟେ କଂଗ୍ରେସ ଏହାକୁ ଚୋର ମଚାଏ ସୋର୍‌ କହୁଥିବାବେଳେ ଶାସକ ଦଳ କାହା ସହ ନାହିଁ ବୋଲି କହି ଜବାବ ରଖିଛି ବିଜେଡି ।…

କିଏ କାହା ପାଖରେ ନୁଙ୍ଗରୁ ପୁଙ୍ଗୁରୁ । କାହା କାହା ସାଙ୍ଗରେ ଭାବ । ଶାସକ ଦଳ କାହାକୁ ହାତ କରି ସୁରକ୍ଷା ପାଉଛି । ବିଧାନସଭାରେ ବିରୋଧୀ ଦଳ ସହ ଶାସକ ଦଳର ଭିତିରି ସଂପର୍କକୁ ନେଇ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଭିତରେ ଚାଲିଛି ଏମିତି ଆରୋପ ପ୍ରତ୍ୟୋରୋପ । ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ତିନି ତିନି ଧରି ବିଧାନସଭାରେ ପ୍ରତିବାଦ କରୁଥିବା ବିଜେପି ସଦସ୍ୟ ମାନେ ଆଜି ବି ପ୍ରଶ୍ନକାଳରେ ମୁହଁରେ କଳାପଟି ବାନ୍ଧି ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ । ବିରୋଧୀ ଦଳ ଉପନେତା କିଛି କହିବାକୁ ଚାହିଁଥିଲେ ବି ବାଚସ୍ପତି ଅନୁମତି ଦେଇନଥିଲେ ।ଏ ହାର ପ୍ରତିବାଦରେ ବିଜେପି ସଦସ୍ୟ ମାନେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । କଂଗ୍ରେସ ସଦସ୍ୟ ମାନେ କିନ୍ତୁ ପ୍ରଶ୍ନୋତ୍ତର କାଳ, ଶୂନ୍ୟକାଳ ଓ ଦଳ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇଥିଲେ । ଏହାକୁ ଦେଖି କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ୍‌ କରିଥିଲା ବିଜେପି । ସରକାର ଆଲୋଚନା କରିବାକୁ ଚାହାଁନ୍ତିନି । କଂଗ୍ରେସ ଓ ବିଜେଡି ସଂପର୍କ ଅଛି । ପ୍ରସଙ୍ଗକୁ ହାଲକା କରିବାକୁ କଂଗ୍ରେସର ବରିଷ୍ଠ ବିଧାୟକଙ୍କ ପାଖରେ ଶାସକ ଦଳର ଜଣେ ପ୍ରଭାବୀ ବିଧାୟକ ନୁଙ୍ଗୁରୁ ପୁଙ୍ଗୁରୁ ହେଉଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି ।…

 ବିଜେପି ସଦସ୍ୟଙ୍କ ଅନୁପସ୍ଥିତି ସତ୍ତ୍ବେ ସୁରୁଖୁରୁରେ ଚାଲିଥିଲା ଗୃହ କାର୍ଯ୍ୟ । ବିଜେପି ସଦସ୍ୟଙ୍କୁ ଧାରଣା ଛାଡ଼ି ଗୃହକୁ ଫେରି ଆସିବାକୁ ଅନୁରୋଧ କରିଥିଲେ ଶାସକ ଦଳର ମୁଖ୍ୟ ସଚେତକ । ହେଲେ ବିଜେପି ସଦସ୍ୟମାନେ ଫେରିନଥିଲେ । ବିଜେପିର ଅଭିଯୋଗ ଉପରେ ଶାସକ ଦଳ କହିଛି ସରକାର କେଉଁ କଥାକୁ ଆଲୋଚନା କରିବାକୁ ଡରିନାହାନ୍ତି । ଆମର କାହାସହ କିଛି ସଂପର୍କ ନାହିଁ । ସେପଟେ କଂଗ୍ରେସ କହିଛି ବିଜେପିର ଅଭିଯୋଗ ଚୋର ମଚାଏ ସୋର ଭଳି ।…

ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ଅଧିବେଶନର ପ୍ରଥମ ଦିନ ଗୃହ କମ୍ପିଥିଲା । ଦ୍ବିତୀୟ ଦିନରେ କଂଗ୍ରେସର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । କିନ୍ତୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଅଡିବସି ବିଜେପି ପ୍ରତିବାଦ ଜାରି ରଖିଛି ।

   Related Posts