କଂଗ୍ରେସ ଶାସିତ ରାଜ୍ୟରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାହୁଲ-ତେଜସ୍ୱିଙ୍କୁ ଘେରିଲା ବିଜେପି

Published By : Prameya-News7 Bureau | October 24, 2020 IST

ନୂଆଦିଲ୍ଲୀ ୨୪/୧୦ : ପଞ୍ଜାବ ହୋଶିଆରପୁରରେ ବିହାର ପ୍ରବାସୀ ପରିବାରର ଜଣେ ନାବାଳିକା ସହ ଦୁଷ୍କର୍ମ ମାମଲାକୁ ନେଇ ବିଜେପି ରାହୁଲ ଗାନ୍ଧୀ ଓ ତେଜସ୍ୱି ଯାଦବଙ୍କୁ ଘେରିଛି। ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଯେ, ହାଥରସ ମାମଲାରେ ଆନ୍ଦୋଳନକୁ ଓହ୍ଲାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ହୋଶିଆରପୁର ମାମଲାରେ କାହିଁକି ଚୁପ ଅଛନ୍ତି ? ରାହୁଲ ବର୍ତ୍ତମାନ ହୋଶିଆରପୁର କାହିଁକି ଯାଉନାହାନ୍ତି। ବିହାର ନାବାଳିକାଙ୍କ ସହ ନିର୍ଯ୍ୟାତନା ହୋଇଛି। କିନ୍ତୁ ରାହୁଲ ଓ ତେଜସ୍ୱି ଚୁପ ଅଛନ୍ତି। ତେଜସ୍ୱି ରାହୁଲ ଗାନ୍ଧୀଙ୍କ ସହ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି।

{"id":349948,"sizeSlug":"large"}

ପ୍ରକାଶ ଜାବଡେକର କହିଛନ୍ତି, ବିହାରର ଦଳିତ ପ୍ରବାସୀ ଶ୍ରମିକଙ୍କ ୬ ବର୍ଷର ଶିଶୁ ସହ ଦୁଷ୍କର୍ମ ହୋଇଛି। ଦୁଷ୍କର୍ମ ପରେ ଶିଶୁକୁ ହତ୍ୟା କରାଯାଇଛି। ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ହୃଦୟ ବିଦାରକ ଘଟଣା। କିନ୍ତୁ ଏବେ ସୁଦ୍ଧା ଅପରାଧୀ ଧରା ହୋଇନାହାନ୍ତି। ଅପରାଧୀଙ୍କୁ ଶୀଘ୍ର ଗିରଫ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ନିର୍ବାଚନ ଅଭିଯାନରେ ଯାଉଛନ୍ତି। ତାଙ୍କୁ ବର୍ତ୍ତମାନ ପଞ୍ଜାବ, ରାଜସ୍ଥାନ ଯିବା ଉଚିତ। ତାଙ୍କ ସରକାରରେ ମହିଳାମାନଙ୍କ ସହ ଅନ୍ୟାୟ ହେଉଛି, ଦୁଷ୍କର୍ମ ହେଉଛି। କିନ୍ତୁ ଏହା ଦେଖିବାକୁ ନା ପ୍ରିୟଙ୍କା ଗାନ୍ଧୀ ଗଲେ ନା ରାହୁଲ ଗଲେ। ଏହାକୁ ସେ ଭର୍ସନା କରୁଛନ୍ତି ବୋଲି କହିଛନ୍ତି। ସେ ତେଜସ୍ୱି ଯାଦବଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଜୀ ବିହାର ଝିଅ ସହ ଅତ୍ୟାଚାର ହୋଇଥିବା ଜାଣି ମଧ୍ୟ ସେ ଚୁପ ଅଛନ୍ତି ଏବଂ ଏହି ମାମଲାରେ ଚୁପ ଥିବା ନେତାଙ୍କ ସହ ନିର୍ବାଚନ ପ୍ରଚାର କରୁଛନ୍ତି। ଏହା କଣ ଠିକ କି ବୋଲି ସେ ପ୍ରଶ୍ନ କରିଛନ୍ତି।

{"id":349950,"sizeSlug":"large"}

ସୂଚନା ଅନୁଯାୟୀ, ପଞ୍ଜାବ ହୋଶିଆରପୁରରେ ହୋଇଥିବା ଦୁଷ୍କର୍ମ ମାମଲାରେ ସାମିଲ ଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଯେଉଁ ଶିଶୁକୁ ହତ୍ୟା କରାଯାଇଛି ତାଙ୍କ ପିତା ଏକ ହବେଲିରେ କାମ କରୁଥିଲେ। ହବେଲିର ମାଲିକଙ୍କ ନାତି ବିରୋଧରେ ହିଁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ହୋଇଛି। ପୋଲିସ ହବେଲିର ମାଲିକ ଓ ତାଙ୍କ ନାତିକୁ ଗିରଫ କରିଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏହି ମାମଲାରେ ଡିଜିପିଙ୍କୁ ସ୍ପିଡ଼ ଟ୍ରାଏଲ କରିବାକୁ ଆଦେଶ ଦେଇଥିଲେ। ଅଭିଯୁକ୍ତଙ୍କୁ କଡା ଦଣ୍ଡ ଦେବାକୁ ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.