ସରକାରଙ୍କ ନୋ କାଜୁଆଲଟି ବୟାନକୁ ନେଇ ବିଜେପିର ପ୍ରତିକ୍ରିୟା : ‘ରାଜ୍ୟ ସରକାରଙ୍କୁ ନୋ କାଜୁଆଲଟି ରୋଗ ଘାରିଛି’
14/10/2018 at 5:35 PM

ଭୁବନେଶ୍ୱର ୧୪/୧୦ : ରାଜ୍ୟ ସରକାରଙ୍କ ନୋ କାଜୁଆଲଟି ବୟାନକୁ ନେଇ ବିଜେପି ପ୍ରତିକ୍ରିୟା ରଖି କହିଛି ରାଜ୍ୟ ସରକାରଙ୍କୁ ନୋ କାଜୁଆଲଟି ରୋଗ ଘାରିଛି | ବିଜେପି ଟିମ ଗଂଜାମ ଗଜପତି ବୁଲିକି ସ୍ଥିତି ଅନୁଧ୍ୟାନ କରିକି ଆସିଛନ୍ତି | ପାଖାପାଖି ୪୫ ଜଣଙ୍କର ତିତଲି ବାତ୍ୟା ବେଳେ ପ୍ରାଣ ହରାଇଛନ୍ତି ବୋଲି ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛି | କିନ୍ତୁ ରାଜ୍ୟସରକାର ମାନିବାକୁ ପ୍ରସ୍ତୁତ ନୁହନ୍ତି | ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ |
ଏସଆରସି ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ନହେଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ବାହାର କରନ୍ତୁ ବୋଲି କହିଛି ବିଜେପି | ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସମୀର ମହାନ୍ତି, ପୃଥ୍ବୀରାଜ ହରିଚନ୍ଦନ, ଭୃଗ୍ୟୁ ବକ୍ସିପାତ୍ର ବନ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଛନ୍ତି |
ନୋ କାଜୁଆଲିଟି ଥିଓରୀରେ ବୁଡି ରହିଛନ୍ତି ସରକାର । କେବଳ ଗଜପତି ଜିଲ୍ଲା ରାୟଗଡ ବ୍ଲକର ୭ ଟି ପଞ୍ଚାୟତରେ ୩୭, ଗୋଷାଣି ବ୍ଲକରେ ୩ ଏବଂ ଚିକିଟି ପାତ୍ରପୁରରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ତାଲିକା ଦେଇଛି ବିଜେପି ପ୍ରତିନିଧି ଦଳ । ରିଲିଫ, ଉଦ୍ଧାର, ପିଇବା ପାଣି ଓ ପଲିଥିନ ଯୋଗାଣରେ ସରକାର ଫେଲ୍ ମାରିଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି । ଏମିତିକି ମୃତ୍ୟୁକୁ ମାନିଵାକୁ ନାରାଜ । ଲୋକଙ୍କ ଜୀବନ ପୋକମାଛି ଭଳି ଲାଗୁଛି । ସରକାରଙ୍କ ସମ୍ବେଦନଶୀଳତା ନାହିଁ । ଜିରୋ କାଜୁଆଲିଟି ନେଇ ପ୍ରଶସ୍ତି, ଯଶ ଓ ରାଜନୈତିକ ଫାଏଦା ଗୋଟାଇବା କେବଳ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି କହିଛି ବିଜେପି । ୩ ଲକ୍ଷ ଲୋକଙ୍କ ସ୍ଥାନାନ୍ତରିତ ଖବର ମିଛ । ଏଥିଲାଗି ଆବଶ୍ୟକ ୩୦ ହଜାର ଗାଡିର ରିକ୍ୟୁଜିସନ କେଉଁଠି ହୋଇଛି ଦେଖାନ୍ତୁ । ଅନ୍ତତଃ କ୍ଷୟକ୍ଷତିର ଆକଳନ ସଠିକ କରନ୍ତୁ ବୋଲି ରାଜ୍ୟ ସରକାରଙ୍କୁ ବିଜେପି ଚେତାବନୀ ଦେଇଛି ବିଜେପି |