ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗ: JDU ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ କରିବ ବିଜେଡ଼ି, ସମର୍ଥନ ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ଘୋଷଣା

Published By : Prameya-News7 Bureau | September 14, 2020 IST

ଭୁବନେଶ୍ୱର ୧୪।୦୯: ରାଜ୍ୟ ସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ କରିବ ବିଜେଡି । ଏନଡିଏ ପ୍ରାର୍ଥୀ ତଥା ଜେଡିୟୁ ପ୍ରାର୍ଥୀଙ୍କୁ ବିଜେଡ଼ି ସମର୍ଥନ କରିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାପୂର୍ବରୁ ହରିବଂଶଙ୍କୁ ସମର୍ଥନ କରିବା ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନବୀନ ପଟ୍ଟନାୟକଙ୍କୁ ଫୋନ କରିଥିବା ବେଳେ ଆଜି ସମର୍ଥନ କରିବା ନେଇ ନବୀନ ନୀତିଶଙ୍କ ମଧ୍ୟରେ ଟେଲିଫୋନ ଯୋଗେ କଥା ବାର୍ତ୍ତା ହୋଇଛନ୍ତି । ଆଜିଠୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଯାଇଛି। ଏବେ ସମସ୍ତଙ୍କ ନଜର ଆଜି ହେବାକୁଥିବା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଉପରେ ।

{"id":329390,"sizeSlug":"large"}

ବିହାର ବନାମ ବିହାର ଲଢେଇ ବେଶ୍ ରୋଚକ ହେବାକୁ ଯାଉଛି। କଂଗ୍ରେସ ସମେତ ବାକି ବିରୋଧୀ ଦଳ ଆରଜେଡି ନେତା ମନୋଜ ଝାଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ମନୋନୀତ  କରିଥିବାବେଳେ ଏନଡିଏ ହରିବଂଶଙ୍କୁ  ମନୋନୀତ କରିଛି । ହରିବଂଶ ରାଜ୍ୟସଭାକୁ ପୁଣି ଥରେ ବିହାରରୁ ନିର୍ବାଚିତ ହୋଇଛନ୍ତି ।

ତେବେ ୨୪୫ ସଦସ୍ୟ ବିଶିଷ୍ଟ ଗୃହରେ ସଂଖ୍ୟା ଗରିଷ୍ଠତା ହେଉଛି ୧୨୩ । NDA ସମର୍ଥନରେ JDU ପାଖରେ ୧୦୧ଟି ସିଟ୍ ଥିବା ବେଳେ AIADMK ପାଖରେ ୯ଟି, ବିଜେଡି ପାଖରେ ୯ଟି, TRS ପାଖରେ ୭, YSECP ପାଖରେ ୬ଟି ସିଟ ରହିଛି । ଏହି ଦଳ ଗୁଡ଼ିକୁର ସିଟ ସଂଖ୍ୟା ହେଉଛି ୩୧ ଯେଉଁମାନେ କି ଗତ ଥର NDA କୁ ସମର୍ଥନ କରିଥିଲେ । ତେଣୁ ଏଥର ଏହି ଦଳ ଗୁଡ଼ିକ NDAକୁ ସମର୍ଥନ କଲେ ହରିବଂଶ ନିଦ୍ବନ୍ଦରେ ନିର୍ବାଚିତ ହେବେ । ସେପଟେ କଂଗ୍ରେସ ଏବଂ କଂଗ୍ରେସ ସମର୍ଥିତ ଦଳ ଗୁଡ଼ିକ ପାଖରେ ୬୫ ସଦସ୍ୟଙ୍କ ସମର୍ଥନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.