ସାହାରପଡା ଲ୍ୟାମ୍ପରେ ଧାନ କିଣାରେ ଅନିୟମିତତା, ବିଜେପିର ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | January 20, 2021 IST

ପାଟଣା୨୦/୧:  କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର ଚାଷୀଙ୍କ ଧାନ ବିକ୍ରି ସମସ୍ୟା ନେଇ ଓ ଲ୍ୟାମ୍ପ ଏମଡିଙ୍କ ଦବଙ୍ଗଗିରିକୁ ବିରୋଧ କରି  ସାହାରପଡା ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ  ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଭିଯୋଗ ଅନୁଯାୟୀ  ସାହାରପଡା ବ୍ଲକର ୪୦ରୁ ଊର୍ଦ୍ଧ୍ୱ ଚାଷୀ ଧାନ ବିକ୍ରି କରିବା ପାଇଁ  ଟୋକାନ ପାଇ ମଧ୍ୟ ଧାନ ବିକ୍ରି କରି ପାରିନାହାଁନ୍ତି। ଫଳରେ ଟୋକନର  ଅବଧି ଶେଷ ହୋଇଯାଇଥିବାରୁ ଏହି ଚାଷୀମାନେ ସରକାରଙ୍କୁ ଧାନ ବିକ୍ରି କରିପାରୁ ନଥିବାରୁ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଧାନ ବିକ୍ରିରୁ ବଞ୍ଚିତ ଚାଷୀମାନେ କିଭଳି ମଣ୍ଡିରେ ଧାନ ବିକ୍ରି କରିପାରିବେ  ଏବଂ କଟଣୀ ଛଟଣୀକୁ ବିରୋଧ କରିବାରୁ ଗତ ଜାନୁଆରୀ ୧୫ ତାରିଖରେ ତାଳସରୁଆ ଗ୍ରାମର ଚାଷୀ  କୃଷକ ବିଜୟ କୁମାର ମହାନ୍ତଙ୍କୁ ଲ୍ୟାମ୍ପ ପରିସରରେ ଏମଡି ମଧୁସୂଦନ ମହାନ୍ତ ଗୁଣ୍ଡା ଲଗାଇ ମାଡ ମରାଇ ଥିବା ପ୍ରତିବାଦରେ ଭାଜପା ତରଫରୁ ଆଜିର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଏହି ବିକ୍ଷୋଭ ସମାବେଶରେ ସାହାରପଡା ବିଡ଼ିଓ ଭାଗିରଥି ମଲ୍ଲିକଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଚାଷୀଙ୍କ ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ବିଜେପି ଆନ୍ଦୋଳନ କରିବ ବୋଲି ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.