ଉତ୍ତର ପଶ୍ଚିମବଙ୍ଗରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ପାଳନ, ବସ୍ ଓ ଟ୍ରେନ ଚଳାଚଳ ପ୍ରଭାବିତ

Published By : Prameya-News7 Bureau | December 08, 2020 IST

କୋଲକାତା,୦୮/୧୨:  ମଙ୍ଗଳବାର କୃଷକମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦକୁ ୨୦ଟି ରାଜନୈତିକ ଦଳ ସମର୍ଥନ କରୁଛନ୍ତି । କୃଷି ଆଇନକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ଏହାମଧ୍ୟରେ ବିଜେପି ଉତ୍ତର ପଶ୍ଚିମବଙ୍ଗରେ  ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି । ସୋମବାର ଜଣେ ଦଳୀୟ କର୍ମୀଙ୍କ ମୃତ୍ୟୁ ପରେ ଏହି ବନ୍ଦ ପାଳନ କରାଯାଉଛି । ଏହାର ପ୍ରଭାବରେ ଗାଡି ଓ ଟ୍ରେନ୍ ଚଳାଚଳ ବନ୍ଦ ରହିଛି ।

ବିଜେପି କର୍ମୀମାନେ ମାଲଦା, କୁଚ୍ ବିହାରରେ ବସ ରୋକ କରିଛନ୍ତି । ଦଳ ସୋମବାର ବିଜେପି କର୍ମୀଙ୍କ ମୃତ୍ୟୁକୁ ବିରୋଧ କରି ଏହି ବନ୍ଦ ପାଳନ କରୁଛି ।  

ସେହିପରି ପଶ୍ଚିମବଙ୍ଗରେ ଦକ୍ଷିଣ ପ୍ରାନ୍ତରେ ବାମଦଳ, କଂଗ୍ରେସ ଟ୍ରେନ୍ ରୋକ୍ କରିଛନ୍ତି । ସେମାନେ ୨୪ ପ୍ରଗଣା ଜିଲ୍ଲା, ଦକ୍ଷିଣ ୨୪ ପ୍ରଗଣା, ହୁଗୁଳି ଓ ହାଓ୍ୱଡାରେ ଟ୍ରେନ୍ ରୋକିଛନ୍ତି । ଅନେକ ଟ୍ରେନ୍ ହାଓ୍ୱଡା ଷ୍ଟେସନରେ ଅଟକି ରହିଛି । ସକାଳ ୮ଟା ୩୦ ସୁଦ୍ଧା ରାଜ୍ୟ ପୋଲିସ କୌଣସି ସ୍ଥାନରେ ଅବରୋଧ ହଟାଇବାରେ ସଫଳ ହୋଇନାହିଁ ।

ସରକାରରେ ଥିବା ତୃଣମୂଳ କଂଗ୍ରେସ ଭାରତ ବନ୍ଦକୁ ସମର୍ଥନ କରିଛି । ସକାଳ ୯ଟାରେ ବନ୍ଦକୁ ସମର୍ଥନ କରୁଥିବା ଅନେକ ଦଳ ରାସ୍ତାରେ ଚକାଜାମ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ସରକାର ବନ୍ଦକୁ ସମର୍ଥନ କରନ୍ତି ନାହିଁ । କିନ୍ତୁ ଟିଏମସି ସମର୍ଥନ କରୁଛି । ସେ କୃଷକଙ୍କ ସହ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.