ବୋରିଗୁମ୍ମାକୁ ଏନଏସି ମାନ୍ୟତା ପ୍ରଦାନ ଦାବିରେ ୮ ଘଣ୍ଟିଆ ବନ୍ଦ

Published By : Prameya-News7 Bureau | August 16, 2018 IST

କୋରାପୁଟ ୧୬/୮ : ଜୋର ଧରିଲା ବୋରିଗୁମ୍ମାକୁ ଏନଏସି ମାନ୍ୟତା ପ୍ରଦାନ ଦାବି । ଜୟପୁର ନିର୍ବାଚନୀ ମଣ୍ଡଳୀରେ ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି । ବୋରିଗୁମ୍ମାର ଜନସଂଖ୍ୟା ୧୫ ହଜାରରୁ ଅଧିକ । ଏନ୍ଏସି ପାଇଁ ସବୁ ସର୍ତ୍ତ ବି ପୂରଣ କରୁଛି । କିନ୍ତୁ ରାଜ୍ୟ ସରକାର ପୂର୍ବରୁ ୧୪ଟି ନୂଆ ଏନ୍ଏସି ଘୋଷଣା କରିଥିଲେ ମଧ୍ୟ ସେଥିରେ ବୋରିଗୁମ୍ମା ସ୍ଥାନ ପାଇନଥିଲା । ଏ ନେଇ ଗତ ବର୍ଷ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବା ସହ ଧାରଣାରେ ବସିଥିଲେ । କୋରାପୁଟ ଜିଲ୍ଲାପାଳଙ୍କ ଠାରୁ ରାଜ୍ୟ ସରକାର ରିପୋର୍ଟ ମାଗିଥିଲେ ବି ଆଜି ପର୍ଯ୍ୟନ୍ତ ବୋରିଗୁମ୍ମାକୁ ଏନଏସି ଘୋଷଣା କରା ଗଲାନି । ଏହାକୁ ନେଇ ବୋରିଗୁମ୍ମାବାସୀଙ୍କ ମଧ୍ୟରେ ବି ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ବୋରିଗୁମ୍ମାକୁ ଏନଏସି ଘୋଷଣା କରିବାକୁ ବୋରିଗୁମ୍ମା ମିଳିତ କ୍ରିୟାନୁଷ୍ଠାନ କମିଟି ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.