ଅନୁଗୁଳରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କହିଲେ- ପରୀ ମାମଲାରେ ସି.ବି.ଆଇ ତଦନ୍ତ କରାଯାଉ
16/12/2020 at 10:30 PM

ଅନୁଗୁଳ ୧୬।୧୨: ଆଜି ଅନୁଗୁଳ ବିଜେପି କାର୍ଯ୍ୟାଳୟରେ ପରୀ ହତ୍ୟାକୁ ନେଇ ସନ୍ଧ୍ୟାରେ ଏକ ପ୍ରେସମିଟ ହୋଇଛି। ଏହି ପ୍ରେସମିଟରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଉପସ୍ଥିତ ରହି ପରୀକୁ ନ୍ୟାୟ ଦିଆଯାଉ ଏବଂ ଘଟଣାର ସି.ବି.ଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଦାବି କରିଛନ୍ତି। ଏ ଘଟଣାକୁ ଚପାଇ ଦେବାପାଇଁ ବିଭିନ୍ନ ପ୍ରକାର ଯୋଜନା ହେଉଛି ବୋଲି ଅଭିଯୋଗ ଆଣିଛନ୍ତି। ରାଜ୍ୟ ବ୍ୟାପି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ମଧ୍ୟ କହିଛନ୍ତି। ଏହି ପ୍ରେସମିଟ ରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ମଧ୍ୟ ଉପସ୍ଥିତ ରହି ସମାନ କଥା କହିଥିଲେ।
Related Posts
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021