Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସନ୍ତା ୧୭ରେ ବିଜେପିର ରାଜ୍ୟ ସଭାପତି ନିର୍ବାଚନ, ଆସନ୍ତାକାଲି ନାମାଙ୍କନ ଦାଖଲ

15/01/2020 at 12:10 PM

ଭୁବନେଶ୍ବର ୧୫।୧: ଆସନ୍ତା ୧୭ରେ ବିଜେପିର ରାଜ୍ୟ ସଭାପତି ନିର୍ବାଚନ । ସେଥିପାଇଁ ଆସନ୍ତାକାଲି ୩ଟାରୁ ଆରମ୍ଭ ହେବ ନିର୍ବାଚନ ପ୍ରକ୍ରିୟା । ସାଢେ ୪ରୁ ସାଢେ ୫ ଯାଏଁ ନାମାଙ୍କନ ପତ୍ର ଦାଖଲ ସହ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଛି । ୧୭ ତାରିଖ ସକାଳ ୧୦ଟାରେ ହେବ ଭୋଟିଂ ।

କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଓ ରାଜୀବ ପ୍ରସାଦ ରୁଡି ପୁରା ନିର୍ବାଚନ ପ୍ରକ୍ରିୟାରେ ଉପସ୍ଥିତ ରହିବେ । ଏହାସହ ରାଷ୍ଟ୍ରୀୟ ସାଧାରଣ ସହ-ସମ୍ପାଦକ ସଙ୍ଗଠନ ସୌଦାନ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମଧ୍ୟ ଉପସ୍ଥିତ ରହିବେ ।

୨୫୭୫୯ଟି ବୁଥ୍ କମିଟି, ୮୫୦ ମଣ୍ଡଳ ଓ ୩୪ଟି ସାଙ୍ଗଠନିକ ଜିଲ୍ଲାରେ ବିଜେପିର ନିର୍ବାଚନ ସରିଛି । ଦଳର ସହକାରୀ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ ଏନେଇ ସୂଚନା ଦେଇଛନ୍ତି । ତେବେ ସଭାପତି ରେସରେ ସମୀର ମହାନ୍ତି, କେ.ଭି. ସିଂଦେଓ, ପୃଥ୍ବୀରାଜ ହରିଚନ୍ଦନ, ଜୟନାରାୟଣ ମିଶ୍ର ଆଦି ନେତାଙ୍କ ନାଁ ଚର୍ଚ୍ଚାରେ ରହିଛି । ସେହିପରି ଜଣେ ମହିଳାଙ୍କୁ ସଭାପତି କରାଯାଇପାରେ ବୋଲି ଦଳର ଗୋଟିଏ ଗୋଷ୍ଠୀ ମତ ରଖୁଛନ୍ତି ।

   Related Posts