ସୁବାସ ଚୌହାନଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ରଖିଲେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର

Published By : Prameya-News7 Bureau | March 26, 2019 IST

ଭୁବନେଶ୍ବର ୨୬|୩ : ବିଜେପିରୁ ସୁବାସ ଚୌହାନ ଇସ୍ତଫା ଦେବା ପରେ  ପ୍ରତିକ୍ରିୟା ରଖିଛି ବିଜେପି । ପ୍ରତିକ୍ରିୟା ରଖିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର  । କୌଣସି ବ୍ୟକ୍ତି ସ୍ବାର୍ଥ ସାଧନ କଥା ଚିନ୍ତା କଲେ ତାକୁ କଣ କୁହାଯିବ ବୋଲି ଗୋଲକ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ସୁବାସ ଚୌହାନ । ବରଗଡ ଲୋକସଭା ଆସନରୁ ସୁବାସ ଚୌହାନ ଆଶାୟୀ ଥିଲେ । ତେବେ ବିଜେପି ତାଙ୍କୁ ଟିକେଟ୍ ନଦେଇ ସେଠାରେ ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛି । ଏଥିରେ ଅସନ୍ତୁଷ୍ଟ ହୋଇ ସେ ଦଳ ଛାଡିବା ପାଇଁ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ବରଗଡ ଲୋକସଭା ଟିକେଟ୍ କଟିବା ପରେ ତାଙ୍କୁ ବିଜେପୁର ବିଧାନସଭା ଆସନରୁ ପ୍ରାର୍ଥୀ ହେବା ବିଜେପି ପ୍ରସ୍ତାବ ଦେଇଥିଲା । ତେବେ ସୁବାସ ତାକୁ ପ୍ରତ୍ୟାଖ୍ୟାନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.