Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ପ୍ରବାସୀ ଶ୍ରମିକଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲା ବସ୍, ଅଭିଯୋଗ ପରେ ବସ୍ ସହ ଡ୍ରାଇଭର ଓ କଣ୍ଡକ୍ଟର ଅଟକ
  • ||
  • ଚାନ୍ଦବାଲି : ୨ ଦିନ ଆଖଣ୍ଡଳମଣୀଙ୍କ ମନ୍ଦିର ବନ୍ଦ, ଜଣେ ସେବାୟତ କରୋନା ପଜିଟିଭ୍ ପରେ ପ୍ରଶାସନର ପଦକ୍ଷେପ
  • ||
  • ଟାଙ୍ଗୀ : ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ହେଲପର ମୃତ, ଡ୍ରାଇଭର ଗୁରୁତର
  • ||
  • ରାଇରଙ୍ଗପୁର : ସ୍କୁଲ ନିକଟ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା
  • ||
  • ସୋର : ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନ୍‌ରେ ନିଆଁ, ଟଳିଲା ବଡ ଦୁର୍ଘଟଣା
  • ||
  • ‘ଚାକିରୀରେ ୬ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କୁ ସରକାର ରେଗୁଲାର କରିବାକୁ ବାଧ୍ୟ’, ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ, ୧୯୩୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଡ଼ଗାଁ ପଞ୍ଚାୟତ ୩ ଦିନ ପାଇଁ ଲକ୍‌ଡାଉନ୍‌, ବନ୍ଦ ରହିବ ହାଟ ଓ ବଜାର
  • ||
  • ରାୟଗଡ଼ାରେ ମୃଦୁ ଭୂକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୯୮୯ ପଜିଟିଭ୍ ଚିହ୍ନଟ
  • ||

ଟିଭି ଆଙ୍କର୍‌ ଉପରେ ରାଗିଲେ ବିଜେପି ମୁଖପାତ୍ର: କହିଲେ ‘ଯଦି ଆପଣ କହିବେ ତେବେ ମୋତେ କାହିଁକି ଡ଼ାକିଥିଲେ’ ଦେଖନ୍ତୁ ଭିଡିଓ

24/10/2019 at 1:58 PM

ଲକ୍ଷ୍ନୌ୨୪|୧୦: ଉତ୍ତର ପ୍ରଦେଶର ଲକ୍ଷ୍ମୌରେ ହୋଇଥିବା ହିନ୍ଦୁ ସମାଜ ପାର୍ଟିର ନେତା କମଳେଶ୍ବର ତିଓ୍ବାରୀଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜନୈତିକ ମହୋଲ ସର୍‌ଗରମ୍‌ ରହିଛି। ଏହି ହତ୍ୟାକାଣ୍ଡରେ ଦୁଇ ଜଣ ସନ୍ଦିଗ୍ଧ ଅପରାଧୀଙ୍କୁ ପୋଲିସ ଗିରଫ କରିଛି। କମଳେଶ୍ବରଙ୍କ ହତ୍ୟାକୁ ନେଇ ଟିଭି ସୋ ରେ ବାରମ୍ବାର ତର୍କବିତର୍କ ଲାଗି ରହିଛି। ଏ ନେଇ ଏକ ଟିଭି ଚ୍ୟାନେଲରେ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଅନିଲା ସିଂହ ଓ ଏଆଇଏମଏଇଏମ (AIMIM)ର ମୁଖପାତ୍ର ଅସିମ୍ ଓ୍ବକାରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

କଳେଶ୍ବରଙ୍କ ହତ୍ୟାକାଣ୍ଡକୁ ନେଇ ଟିଭି ଚ୍ୟାନେଲରେ ବସିଥିବା ପ୍ୟାନେଲ ଲିଷ୍ଟଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହିଥିଲା। କମଳେଶ୍ବରଙ୍କ ହତ୍ୟାକାଣ୍ଡକୁ ନେଇ ଆସିମ୍‌ ସରକାରକୁ ଟାର୍ଗେଟ କରିଥିଲେ।ସରକାରଙ୍କ ଶାସନ ଓ ପ୍ରଶାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ତେଣୁ କେହି ନିଜର ଦାୟିତ୍ବ ଠିକ୍‌ ଭାବେ ନିର୍ବାହ କରୁ ନାହାନ୍ତି ବୋଲି ଆସିମ୍‌ କହିଥିଲେ। ଏହି ପ୍ରଶ୍ନରେ ବିଜେପି ମୁଖପାତ୍ର ଅନିଲା ନିଜ ମତ ଜାହିର କରିବା ସମୟରେ ଟିଭି ଆଙ୍କର ତାଙ୍କୁ କହିବାକୁ ସୁଯୋଗ ଦେଇ ନଥିଲେ।

ବିଜେପି ମୁଖପାତ୍ର ବାରମ୍ବାର କହିବାକୁ ଚାହୁଁଥିଲେ ବି ଟିଭି ଆଙ୍କର ତାଙ୍କୁ କହିବା ପାଇଁ ସୁଯୋଗ ଦେଇ ନଥିଲେ। ଶେଷରେ ଅନିଲା ସିଂହ ରାଗି ଯାଇଥିଲେ। ସେ ଲେଡି ଆଙ୍କରଙ୍କୁ କହିଥିଲେ , ‘ଯଦି ଆପଣ କହିବେ ତେବେ ମୋତେ କାହିଁକି ଡ଼ାକିଥିଲେ’। ବିଜେପି ମୁଖପାତ୍ର ଅନିଲା କହିଥିବା ଏହି ଭିଡିଓ କ୍ଲିପ୍‌ଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

   Related Posts