Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ରାହୁଲ ଗାନ୍ଧିଙ୍କୁ ବିଜେପିର ଟାର୍ଗେଟ୍‌ : ସମ୍ବିତ ପାତ୍ର କହିଲେ, ‘ଅନ୍ୟ କାନ୍ଧରେ ବନ୍ଧୁକ ଚଳାଇବା ରାହୁଲଙ୍କ ନୀତିଗତ ଅଭ୍ୟାସ’

6/09/2021 at 4:27 PM

ନୂଆଦିଲ୍ଲୀ ୦୬/୦୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଟ୍ବିଟ୍‌କୁ ନେଇ ବିବାଦ ଆରମ୍ଭ ହୋଇଛି । ଏହାକୁ ନେଇ ବିଜେପି ଅଭିଯୋଗ କରିଛି ଯେ, ରାହୁଲ ଗାନ୍ଧି ମୁଜାଫରନଗରରେ ଚାଷୀ ମହାପଞ୍ଚାୟତକୁ ନେଇ କରିଥିବା ଟ୍ବିଟ୍‌ରେ ପରୁଣା ଫଟୋ ବ୍ୟବହାର କରିଛନ୍ତି । ଏ ନେଇ ରାହୁଲଙ୍କୁ ଟାର୍ଗେଟ୍‌ କରି ବିଜେପି କହିଛି ଯେ, ଭୁଲ ଫଟୋ ବ୍ୟବହାର କରି ଚାଷୀ ତଥା ଦେଶବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।

ଚାଷୀଙ୍କ ଉଦ୍ଦେଶ୍ୟରେ ଟ୍ବିଟ୍‌ କରି ରାହୁଲ ଗାନ୍ଧି ଲେଖିଥିଲେ, ‘ଜଗି ରହିଛନ୍ତି, ନିର୍ଭୟରେ ରହିଛନ୍ତି, ଏଠି ଅଛନ୍ତି ଭାରତର ଭାଗ୍ୟବିଧାତା ।’ ତେବେ ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେ କହିଛନ୍ତି, ନିଜ ଦଳର ସଂଗଠନକୁ ଆଗକୁ ନବଢାଇବା, ସଂଗଠନକୁ ଅଧ୍ୟକ୍ଷ ବିହୀନ ରଖିବା, ପରିଶ୍ରମ ନକରିବା ଏବଂ ଅନ୍ୟମାନଙ୍କ କାନ୍ଧରେ ବନ୍ଧୁକ ରଖି ଚଳାଇବାକୁ ପ୍ରୟାସ କରିବା ରାହୁଲ ଗାନ୍ଧିଙ୍କ ଅଭ୍ୟାସ ।

ସମ୍ବିତ ପାତ୍ର ଆହୁରି ମଧ୍ୟ କହିଛନ୍ତି, ‘ଦେଶରେ ଯେତେବେଳେ ବି କୌଣସି ଭ୍ରମ ଏବଂ ମିଥ୍ୟା ରାଜନୀତି ହୁଏ ସେତେବେଳେ ରାହୁଲ ଗାନ୍ଧିଙ୍କ ହାତ ରହିଥାଏ । ଆଜି ରାହୁଲ ଗାନ୍ଧି ଚାଷୀ ଆନ୍ଦୋଳନର ପୁରୁଣା ଫଟୋକୁ ଟ୍ବିଟ୍‌ କରି ବର୍ତ୍ତମାନର ଫଟୋ ବୋଲି କହିଛନ୍ତି । ଫେକ୍‌ ଫଟୋକୁ ନେଇ ରାଜନୀତି କରିବାକୁ ଚାହୁଁଛନ୍ତି ରାହୁଲ ଗାନ୍ଧି ।’ ବିଜେପି ନେତା ଅମିଲ ମାଲବୀୟ ମଧ୍ୟ ରାହୁଲ ଗାନ୍ଧିଙ୍କ ଟ୍ବିଟ୍‌କୁ ନେଇ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି, ମହା ପଞ୍ଚାୟତର ସଫଳତାକୁ ବଖାଣିବା ପାଇଁ ପୁରୁଣା ଫଟୋ ବ୍ୟବହାର କରୁଛନ୍ତି ରାହୁଲ ଗାନ୍ଧି । ରାହୁଲ ଗାନ୍ଧି ଏହା ଦେଖାଇବାକୁ ଚାହୁଁଛନ୍ତି ଯେ, କେଉଁଭଳି ଭାବେ ଚାଷୀ ମହାପଞ୍ଚାୟତରେ ଭିଡ ଦେଖିବାକୁ ମିଳିଥିଲା ଏବଂ ଏହା କରି ସେ ଲୋକମାନଙ୍କ ମନରେ ଭ୍ରମ ସୃଷ୍ଟି କରିବାକୁ ଚାହୁଁଛନ୍ତି ।

   Related Posts