ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ

Published By : Prameya-News7 Bureau | October 28, 2021 IST

ସୋନପୁର, ୨୮|୧୦:  ମମିତା ମେହର ହତ୍ୟା ଘଟଣାକୁ ନେଇ ଥମୁନି ପ୍ରତିବାଦ । ଗୁରୁବାର ୧୨ ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ ପାଳନ କରୁଛି ବିଜେପି । ମମିତା ମେହେରଙ୍କ ହତ୍ୟା ଘଟଣା ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।

ବନ୍ଦର ପ୍ରଭାବ ସକାଳୁ ସକାଳୁ ଦେଖିବାକୁ ମିଳିଛି । ଫଳରେ ସୋନପୁର ସହର ସମେତ ବ୍ଲକ ସଦର ମହକୁମାମାନଙ୍କରେ ଦୋକାନ ବଜାର ବନ୍ଦ ରହିଛି । ବିଜେପି କର୍ମୀ ମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିଛନ୍ତି । ସୋନପୁର ସହର ବ୍ଲକ ଛକ ,ବୁଢ଼ାରାଜା ଛକ କୁଞ୍ଚ ଛକରେ ରାସ୍ତାରେ ବିଜେପି କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ସୋନପୁର-ସମ୍ବଲପୁର, ସୋନପୁର-ବଲାଙ୍ଗୀର ଓ ସୋନେପୁର-ବୌଦ୍ଧ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି । ବନ୍ଦକୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.