ସଂସଦରେ ପୁଣି ଆଖି ମାରିଲେ ରାହୁଲ ; ରାଫେଲ ବିତର୍କ ବେଳେ ରାହୁଲଙ୍କ ଆଖି ମାରିବା ଘଟଣାକୁ ନେଇ ବଢୁଛି ବିବାଦ

Published By : Prameya-News7 Bureau | January 05, 2019 IST

ନୂଆଦିଲ୍ଲୀ ୫|୧: ସଂସଦରେ ପୁଣି ଆଖି ମାରିଲେ ରାହୁଲ । ରାଫେଲ ଚୁକ୍ତିକୁ ନେଇ ଲୋକସଭାରେ ସରଗରମ ବିତର୍କ ଚାଲିଥିଲା । ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ସାଥୀ ସାଂସଦମାନଙ୍କୁ ଚାହିଁ ଆଖି ମାରିଥିଲେ । ଯାହାକୁ ନେଇ ପୁଣି ବିବାଦ ସୃଷ୍ଟି ହୋଇଛି ।  ରାଫେଲ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ଜବାବ ରଖୁଥିବା ବେଳେ ଏଆଇଏଡିଏମ୍ କେ ସାଂସଦ ଥମ୍ବିଦୁରାଇ କେତେକ ପ୍ରଶ୍ନ ଉଠାଇଥିଲେ। ଏହାପରେ ରାହୁଲ ଗାନ୍ଧୀ ନିଜ ଦଳର ସାଂସଦମାନଙ୍କୁ ଚାହିଁ ଆଖି ମାରିଥିବା ଦେଖାଯାଇଥିଲା।

ଗତ ଅଧିବେଶନରେ ରାହୁଲ ଗାନ୍ଧୀ ଅଚାନକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ ନିକଟକୁ ଯାଇ ତାଙ୍କୁ ଆଲିଙ୍ଗନ କରିବା ପରେ ନିଜ ଆସନରେ ବସି ଆଖି ମାରିଥିଲେ। ଏଥିପାଇଁ ତାଙ୍କୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ତାଗିଦ କରିଥିଲେ। ଏହି ମାମଲାରେ ରାହୁଲଙ୍କୁ ସୋସିଆଲ ମିଡିଆରେ କଡ଼ା ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଆଖିମରା ଘଟଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.