ବିଜେପି-ଶିବସେନା ମଧ୍ୟରେ ମେଣ୍ଟ ଘୋଷଣା

Published By : Prameya-News7 Bureau | February 19, 2019 IST

ଭୁବନେଶ୍ୱର ୧୯/୨ : ୧୯ ନିର୍ବାଚନ ପାଇଁ ବିଜେପି-ଶିବସେନା ମଧ୍ୟରେ ମେଣ୍ଟ ଘୋଷଣା । ୩ ବର୍ଷ ଧରି ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରିଆସୁଥିବା ଶିବସେନା ନିର୍ବାଚନ ବେଳକୁ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମିଳିତ ସାମ୍ବାଦିକ ସମ୍ମିଳନୀ କରି ମେଣ୍ଟ ନେଇ ଘୋଷଣା କରିଛନ୍ତି । ବିଜେପି–ଶିବସେନା ମଧ୍ୟରେ ଏକାଧିକ ବୈଠକ ପରେ ମେଣ୍ଟ ନେଇ ସମ୍ମତି ପ୍ରକାଶ ପାଇଛି । ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର ୪୮ଟି ଆସନରୁ ବିଜେପି ୨୫ଟି ଓ ଶିବସେନା ୨୩ଟି ଆସନରେ ନିର୍ବାଚନ ଲଢ଼ିବେ । ତେବେ ଉଭୟ ଦଳର କହିବା କଥା ଆମ ଭିତରେ ମତଭେଦ ଅଛି କିନ୍ତୁ ମକସଦ୍ ଏକ । …

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.