Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ବିଜେପିକୁ ଝଟକା : ମେଣ୍ଟରୁ ଅଲଗା ହେଲା ବୋଡୋଲାଣ୍ଡ୍ ପିପୁଲ୍ସ ଫ୍ରଣ୍ଟ୍‌ ଦଳ, କଂଗ୍ରେସ ସହ ମିଳାଇଲା ହାତ

28/02/2021 at 5:56 PM

ନୂଆଦିଲ୍ଲୀ ୨୮/୦୨ : ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିକୁ ଶକ୍ତ ଝଟ୍‌କା ଲାଗିଛି । ଏନ୍‌ଡିଏ ମେଣ୍ଟରୁ ଅଲଗା ହୋଇଛି ସହଯୋଗୀ ବୋଡୋଲାଣ୍ଡ୍‌ ପିପୁଲ୍ସ ପ୍ରଣ୍ଟ୍ (BPF) । ଏ ନେଇ  ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଦଳର ଅଧ୍ୟକ୍ଷ ହଗ୍ରମା ମୋହିଲିରେ । ଏହା ସହିତ ଆସାମରେ BPF ଦଳ କଂଗ୍ରେସ ସହିତ ମିଶି ନିର୍ବାଚନ ଲଢିବ ବୋଲି ସେ ଘୋଷଣା କରିଛନ୍ତି ।

ଆସାମରେ ୨୭ ମାର୍ଚ୍ଚରୁ ୬ ଏପ୍ରିଲ ମଧ୍ୟରେ ମୋଟ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ଏନ୍‌ଡିଏର ପ୍ରମୁଖ ସହଯୋଗୀ ବୋଡୋଲାଣ୍ଡ୍‌ ପିପୁଲ୍ସ ପ୍ରଣ୍ଟ୍ (BPF) ମେଣ୍ଟରୁ ଅଲଗା ହେବା ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି । BPF ମୁଖ୍ୟ ହଗ୍ରମା ମୋହିଲିରେ ମେଣ୍ଟରୁ ଅଲଗା ହେବା ନେଇ ଟ୍ବିଟ୍‌ ଯୋଗେ ଘୋଷଣା କରିଛନ୍ତି । ଏହା ସହିତ ସେ କହିଛନ୍ତି, ‘ବିକାଶ, ଶାନ୍ତି ଏବଂ ଏକତା ପାଇଁ ସ୍ଥିର ସରକାର ଜରୁରୀ । ଆମେ ଭ୍ରଷ୍ଟାଚାରକୁ ଶେଷ କରିବାକୁ ଚାହୁଁଛୁ । ସେଥିପାଇଁ ବୋଡୋଲାଣ୍ଡ୍‌ ପିପୁଲ୍ସ ପ୍ରଣ୍ଟ୍ ମହାଜଠ୍‌ ମେଣ୍ଟରେ ସାମିଲ ହେବାକୁ ନିଷ୍ପତ୍ତି ନେଉଛି ।’

ଆସାମରେ ଆସନ୍ତା ଦିନରେ ହେବାକୁ ଥିବା ନିର୍ବାଚନରେ ଦଳ ମହାଜଠ୍‌ ମେଣ୍ଟ ସହିତ ନିର୍ବାଚନ ଲଢିବ । BPF ଦଳ ୨୦୦୫ ମସିହାରେ ଗଠନ ହୋଇଥିଲା । ଗତ ନିର୍ବାଚନରେ ଦଳ ବିଜେପି ସହିତ ମିଶି ୧୨୬ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୨ ଟି ସିଟ୍ ପାଇଥିଲା ।

କାହାକୁ ମିଳିବ କେତେ ସିଟ୍

ଏବିପି ନ୍ୟୁଜ୍ ସି ଭୋଟରର ଓପିନିୟନ ପୋଲ୍ ଅନୁଯାୟୀ, ଆସାମରେ ବିଜେପି ମେଣ୍ଟକୁ ୬୮ ରୁ ୭୬ ଆସନରେ ବିଜୟୀ ହୋଇପାରେ। ସେହି ପରି କଂଗ୍ରେସକୁ ୪୩ ରୁ ୫୧ ଆସନରେ ସନ୍ତୁଷ୍ଟ ହେବାକୁ ପଡିପାରେ। ଅନ୍ୟ ଖାତାରେ ୫-୧୯ ଆସନ ମିଳିପାରେ। ଆସାମ ବିଧାନସଭାର ୧୨୬ ଆସନ ପାଇଁ ମ୍ୟାଜିକ୍ ନମ୍ବର  ହେଉଛି ୬୪ ଆସନ।

କିଏ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ପସନ୍ଦ

ଏବିପି ନ୍ୟୁଜ୍ ଓ ସି ଭୋଟର ସର୍ଭେ ଅନୁଯାୟୀ ଆସାମର ଜନତା ପୁଣି ଥରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ଵାଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ସର୍ଭେରେ ସାମିଲ ୪୪ ପ୍ରତିଶତ ମୁଖ୍ୟମନ୍ତ୍ରୀ ପାଇଁ ସର୍ବାନନ୍ଦଙ୍କୁ ଚାହିଁଛନ୍ତି। ଦ୍ଵିତୀୟରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପୁତ୍ର ତଥା କଂଗ୍ରେସ ନେତା ଗୌରଭ ଗୋଗୋଇ। ତାଙ୍କୁ ସର୍ଭେରେ ସାମିଲ ୨୬ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ପସନ୍ଦ କହିଛନ୍ତି। ତୃତୀୟରେ ରହିଛନ୍ତି ରାଜ୍ୟ ଅର୍ଥ ମନ୍ତ୍ରୀ ହେମନ୍ତ ବିଶ୍ଵା ଶର୍ମା। ତାଙ୍କୁ ୧୫ ପ୍ରତିଶତ ଲୋକେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି।

   Related Posts