Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ବିଜେପିକୁ ଝଟ୍‌କା : କଂଗ୍ରେସରେ ସାମିଲ ହେଲେ ବିଜେପି ମନ୍ତ୍ରୀ, ଟିକେଟ୍ ନମିଳିବାରୁ ବଦଳାଇଲେ ଦଳ

7/03/2021 at 9:19 PM

ଗୌହାଟୀ ୦୭/୦୩ : ଆସାମ ବିଜେପିକୁ ଶକ୍ତ ଝଟ୍‌କା ଲାଗିଛି । ଦଳ ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି ବିଜେପି ମନ୍ତ୍ରୀ ସୁମ୍‌ ରୋଙ୍ଗ୍‌ହାଙ୍ଗ୍‌ । ବିଜେପି ପକ୍ଷରୁ ନିର୍ବାଚନ ଲଢିବାକୁ ଟିକେଟ୍‌ ନମିଳିବାରୁ ଉତକ୍ଷିପ୍ତ ହୋଇ ସେ ଦଳ ଛାଡିଥିବା ସୂଚନା ମିଳିଛି । ସୁମ୍‌ ରୋଙ୍ଗ୍‌ହାଙ୍ଗ୍‌ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢିପାରନ୍ତି । ପୂର୍ବରୁ ବିଜେପି ପକ୍ଷରୁ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିଲେ ହେଁ ତାଙ୍କୁ ଟିକେଟ୍‌ ଦେଇନଥିଲା ଦଳ । ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ମନ୍ତ୍ରୀ ସୁମ୍‌ ରୋଙ୍ଗ୍‌ହାଙ୍ଗ ।

ସୂଚନାଯୋଗ୍ୟ, ସର୍ବାନନ୍ଦ ସୋନେଓ୍ବାଲଙ୍କ ସରକାରରେ ଖଣି ମନ୍ତ୍ରୀ ଥିଲେ ସୁମ୍‌ ରୋଙ୍ଗ୍‌ହାଙ୍ଗ୍‌ । ତେବେ ସେ କଂଗ୍ରେସ ନେତା ଜିତେନ୍ଦ୍ର ସିଂହ ଏବଂ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରିପୁନ୍‌ ବୋରାଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ।

ବିଜେପିରୁ ଇସ୍ତଫା ଦେଇ ସୁମ୍‌ ରୋଙ୍ଗ୍‌ହାଙ୍ଗ୍‌ କହିଛନ୍ତି, ‘ଯେଉଁଭଳି ଭାବେ ମୋର ଟିକେଟ୍‌ କାଟିଦିଆଗଲା ତାହା ଆଶ୍ଚର୍ଯ୍ୟ କରିଛି । ମୁଁ ଦାୟିତ୍ବସମ୍ପନ୍ନ ଭାବେ ଦଳ ପାଇଁ କାମ କରିଛି । କିଛି କୁଚକ୍ରୀ ଗୋଷ୍ଠୀଙ୍କ ପାଇଁ ମୋ ଟିକେଟ୍‌ କଟାଯାଇଛି । ତେଣୁ ମୋତେ ଲାଗିଲା କି ମୁଁ ବିଜେପିରେ ରହି ଲୋକମାନଙ୍କ ପାଇଁ ସଠିକ୍‌ ଭାବେ କାର୍ଯ୍ୟ କରିପାରିବି ନାହିଁ । ତେଣୁ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଛି ।’

   Related Posts