Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ମହାରାଷ୍ଟ୍ରରେ 50-50 ଫର୍ମୁଲା ! କିଙ୍ଗ୍‌ମେକର ଭୂମିକାରେ ଶିବସେନା, ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନାର ଚାପ

26/10/2019 at 11:02 AM

ମୁମ୍ବାଇ ୨୬।୧୦: ନିର୍ବାଚନ ଫଳାଫଳ ଆସିବା ପରେ ମହାରାଷ୍ଟ୍ର ରାଜନୀତି ତେଜ ହୋଇ ଯାଇଛି । ବିଜେପିକୁ ବହୁମତରୁ କମ୍ ସିଟ୍ ମିଳିଛି । ବିଜେପି ଗଣିତ ଗଡବଡ ହୋଇଯାଇଛି । ତେଣୁ ଶିବସେନା କିଙ୍ଗମେକର ଭୂମିକାରେ ରହିଛି। ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ଶିବସେନା ଚାପ ପକାଇବା ଆରମ୍ଭ କରିଛି । ୫୦-୫୦ ଫର୍ମୁଲା ନେଇ ଶିବସେନା ଦାବି କରିଛି ।

ବିଭିନ୍ନ ସ୍ଥାନରେ ଆଦିତ୍ୟ ଠାକରେ ଭାବି ମୁଖ୍ୟମନ୍ତ୍ରୀ ଭାବରେ ଚିତ୍ରଣ କରି ପୋଷ୍ଟର ଲଗା ଯାଇଛି । ପ୍ରଥମ ଅଢେଇ ବର୍ଷ ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ଫର୍ମୁଲା ରଖିବାକୁ ପ୍ରସ୍ତୁତି କରୁଛି ଶିବସେନା । ଶିବସେନା ମୁଖପତ୍ର ‘ସାମନା’ରେ ଛପିଥିବା କାର୍ଟୁନ ରାଜନୈତିକ ଇସାରା ଦେଉଛି । ଆବଶ୍ୟକ ପଡିଲେ ଏନ୍ ସିପି ସହ ଶିବସେନା ଯାଇପାରେ ବୋଲି ଇସାରା ଦେଇଛି ।

ଆଜି ମାତୋଶ୍ରୀରେ ଶିବସେନାର ସମସ୍ତ ନବନିର୍ବାଚିତ ବିଧାୟକଙ୍କ ବୈଠକ ବସିବ । ଏଥିରେ ଦଳର ରଣନୀତି ନେଇ ଚର୍ଚ୍ଚା ହେବ । ଏପଟେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନାର ଦାବିକୁ ବିଜେପି ଗ୍ରହଣ କରିବାକୁ ରାଜି ନଥିବା ସୂଚନା ମିଳିଛି ।

   Related Posts