Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ବିହାର ନିର୍ବାଚନରେ କହିଲେ ଶାହାନଓ୍ଵାଜ ହୁସେନ, ରାମ ମନ୍ଦିର ପରେ ଏବେ ସୀତା ମାତାଙ୍କ ମାମଲା ମଧ୍ୟ ସମାଧାନ କରିବ ବିଜେପି

20/10/2020 at 8:31 PM

ପାଟନା ୨୦।୧୦: ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଶାହାନଓ୍ଵାଜ ହୁସେନ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ମଙ୍ଗଳବାର ମିଡିଆ ସେଣ୍ଟରରେ ଆୟୋଜିତ ସାମ୍ଵାଦିକ ସମ୍ମିଳନୀକୁ ସମ୍ଵୋଧିତ କରି କହିଛନ୍ତି ବିହାରରେ ଏନଡିଏ ବିକାଶ ପ୍ରସଙ୍ଗରେ ନିର୍ବାଚନ ଲଢୁଛି। ସେ କହିଛନ୍ତି କଂଗ୍ରେସ ନିଜର ଅଭ୍ୟାସକୁ ନେଇ ବିବଶ, ଏଥିପାଇଁ ଧାରା ୩୭୦, ଅର୍ବାନ ନକ୍ସଲ ପରି ପ୍ରସଙ୍ଗରେ ବୟାନବାଜି କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧାରା ୩୭୦ ସଂପୂର୍ଣ୍ଣ ଭାବେ ଉଚ୍ଛେଦ କରିଛନ୍ତି। ଏବେ ଏହି ଧାରା  ପୁଣି ଥରେ କେବେ ବି ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ନାହିଁ।

ଶାହାନଓ୍ଵାଜ ଆରଜେଡି ଓ କଂଗ୍ରେସ ଉପରେ ଶାଣିତ ସ୍ଵରରେ ହମଲା କରି କହିଛନ୍ତି ବିହାରରେ ୩୫ ବର୍ଷ ପର୍ଯ୍ୟନ୍ତ କଂଗ୍ରେସ ଶାସନ କରିଛି ଏବଂ ଲାଲୁ-ରାବଡି ୧୫ ବର୍ଷର ଅକାମୀ ଶାସନର ସହଭାଗୀ ରହିଲେ। କଂଗ୍ରେସର ବିହାର ନିର୍ବାଚନରେ କୌଣସି ଅସ୍ଥିତ୍ଵ ନାହିଁ। ପୂର୍ବ ଭାରତରେ ୫୦ ଆସନ ଜିତିନଥିବା କଂଗ୍ରେସ ଆଜି ଭିତ୍ତିହୀନ କଥା କହୁଛି। ସେ କହିଛନ୍ତି ନୀତିଶ କୁମାରଙ୍କ ନେତୃତ୍ଵରେ ପୁଣି ଥରେ ଏନଡିଏ ସରକାର ଗଢିବ ଏବଂ ଏ ପର୍ଯ୍ୟନ୍ତ ବିକାଶର ଯେଉଁ କାମ ହୋଇଛି ତାକୁ ଆଗକୁ ନିଆଯିବ।

ବିଜେପି ନେତା କହିଛନ୍ତି କଂଗ୍ରେସ ୭୦ ବର୍ଷ ପର୍ଯ୍ୟନ୍ତ ରାମ ମନ୍ଦିର ପ୍ରସଙ୍ଗକୁ ଝୁଲାଇ ରଖିଥିଲା। ଯେବେ ବିଜେପି ଏହି ସମସ୍ୟାର ସମାଧାନ କଲା, କଂଗ୍ରେସକୁ ଏବେ ସୀତା ମାତାଙ୍କ କଥା ମନେ ପଡୁଛି। ସୀତା ମାତାଙ୍କ ମାମଲାକୁ ମଧ୍ୟ ବିଜେପି ସମାଧାନ କରିବ। ବିଜେପି ରାମ ଓ ସୀତାଙ୍କ ଚିନ୍ତା କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କ ସଭାକୁ ନେଇ କଂଗ୍ରେସ ଭୟଭୀତ ଥିବା ଶାହାନଓ୍ଵାଜ ହୁସେନ କହିଛନ୍ତି।

   Related Posts