କଂଗ୍ରେସ ବିଧାୟକଙ୍କୁ ଚାର୍ଟାର୍ଡ ପ୍ଲେନରେ ବେଙ୍ଗାଲୁରୁ ପଠାଇଛି ବିଜେପି, ଦିଗବିଜୟ ସିଂ ଆଣିଲେ ସାଙ୍ଘାତିକ ଅଭିଯୋଗ

Published By : Prameya-News7 Bureau | March 10, 2020 IST

ଭୋପାଳ, ୧୦|୦୩:  ମଧ୍ୟପ୍ରଦେଶରେ ଶାସନାଧିନ କମଲନାଥ ସରକାର ଉପରେ ବିପଦ ଘନେଇବାରେ ଲାଗିଛି। ଦଳର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି କଂଗ୍ରେସରୁ ଇସ୍ତଫା ଦେବା ପରେ ସରକାର ଭାଙ୍ଗିବା ସ୍ଥିତିରେ ଆସି ପହଁଚିଛି। ଏହା ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଦଳୀୟ ବିଧାୟକଙ୍କୁ ବିଜେପି ଚାର୍ଟାର୍ଡ ପ୍ଲେନରେ ବେଙ୍ଗାଲୁରୁ ପଠାଇବାକୁ ବ୍ୟବସ୍ଥା କରିଥିବା ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନକୁ ଯିବା ବେଳେ ଦିଗବିଜୟ କହିଛନ୍ତି, ବିଜେପି କଂଗ୍ରେସର ବିଧାୟକଙ୍କୁ କର୍ଣ୍ଣାଟକ ପଠାଇବା ପାଇଁ ଚାର୍ଟାର୍ଡ ପ୍ଲେନର ବ୍ୟବସ୍ଥା କରିଥିଲା। ତାଙ୍କ ପାଖରେ ପ୍ରମାଣ ଥିବା ନେଇ ସେ ଦାବି କରିଛନ୍ତି। ଏହା ମଧ୍ୟପ୍ରଦେଶର ଜନତାଙ୍କ ସହ ଧୋକା ବୋଲି ସେ କହିଛନ୍ତି। କମଲନାଥ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିବାରୁ ବିଜେପି ଏପରି କରୁଥିବା ସେ ପ୍ରକାଶ କରିଛନ୍ତି।

wp:core-embed/twitter {"url":"https://twitter.com/ANI/status/1237263434539872256?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1237263434539872256\u0026ref_url=https%3A%2F%2Fwww.livehindustan.com%2Fnational%2Fstory-congress-leader-digvijaya-singh-three-chartered-plane-were-arranged-by-the-bjp-to-shift-congress-mlas-to-bengaluru-3077865.html","type":"rich","providerNameSlug":"twitter","className":""}
https://twitter.com/ANI/status/1237263434539872256?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1237263434539872256&ref_url=https%3A%2F%2Fwww.livehindustan.com%2Fnational%2Fstory-congress-leader-digvijaya-singh-three-chartered-plane-were-arranged-by-the-bjp-to-shift-congress-mlas-to-bengaluru-3077865.html
/wp:core-embed/twitter

ରାଜ୍ୟର ଅନେକ ବିଧାୟକଙ୍କ ସହ କିଛି ମନ୍ତ୍ରୀ ମଧ୍ୟ ବେଙ୍ଗାଲୁରୁ ଯାଇଥିବା ଖବର ଆସିଛି। ଏହି ବିଧାୟକଙ୍କୁ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ବୋଲି କୁହାଯାଉଛି।

{"id":235965,"width":748,"height":420,"sizeSlug":"large"}

ଏହା ପୂର୍ବରୁ କମଲନାଥ ସରକାରଙ୍କ ୧୫ରୁ ୨୦ ଅସନ୍ତୁଷ୍ଟ ବିଧାୟକ ବେଙ୍ଗାଲୁରୁ ପହଁଚି ଥିବା ଖବର ଆସିଥିଲା। ସମସ୍ତ ବିଧାୟକଙ୍କ ଫୋନ ମଧ୍ୟ ସ୍ୱିଚ୍ ଅଫ୍ ଆସିଥିଲା।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ ୨୩୦ଟି ବିଧାନସଭା ଆସନ ରହିଛି। ଏହା ମଧ୍ୟରୁ ୨ଜଣ ବିଧାୟକଙ୍କ ଦେହାନ୍ତ ହୋଇଯାଇଛି। ଫଳରେ ମୋଟ ଆସନ ୨୨୮ ହୋଇଯାଇଛି। କଂଗ୍ରେସ ପାଖରେ ୧୧୪ଜଣ ବିଧାୟକ ରହିଛନ୍ତି। ଦଳକୁ ବହୁମତ ପାଇଁ ୧୧୫ଜଣ ବିଧାୟକଙ୍କ ସମର୍ଥନ ଦରକାର। ଏବେ କଂଗ୍ରେସ ୪ଜଣ ସ୍ୱାଧୀନ, ୨ ବିଏସପି ଓ ଜଣେ ସମାଜବାଦୀ ପାର୍ଟୀର ବିଧାୟକଙ୍କ ସମର୍ଥନରେ ରହିଛି। ତେବେ ବିଜେପି ପାଖରେ ୧୦୭ ବିଧାୟକ ରହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.