Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

କୁଲଗାମରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା : ଘର ବାହାରେ ଆତଙ୍କବାଦୀ କରିଥିଲେ ହମଲା

6/08/2020 at 11:01 AM

କୁଲଗାମ ୦୬/୦୮ : ଦକ୍ଷିଣ କାଶ୍ମୀରରେ କୁଲଗାମରେ ବିଜେପି ନେତା ତଥା ସରପଞ୍ଚ ସଜ୍ଜାଦ ଅହମଦ ଖାଣ୍ଡେଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି | ଏ ନେଇ ଅଧିକାରୀ ସୂଚନା ଦେଇଛନ୍ତି | ୪୮ ଘଣ୍ଟାରୁ କମ ସମୟ ମଧ୍ୟରେ ଏହା ଦ୍ୱିତୀୟ ହମଲା | ବିଜେପି ନେତା ସଜ୍ଜାଦ ଅହମଦ ଖାଣ୍ଡେଙ୍କୁ କୁଲଗାମ ଜିଲ୍ଲା ବେସୁରେ ତାଙ୍କ ଘର ବାହାରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି | ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି | ଏବେ ସୁଦ୍ଧା କୌଣସି ଆତଙ୍କବାଦୀ ସଂଗଠନ ଏହି ହମଲା ପାଇଁ ନିଜକୁ ଦାୟୀ କରିନାହାନ୍ତି | ପ୍ରାଥମିକ ରିପୋର୍ଟ ଅନୁଯାୟୀ, ମୃତ ସରପଞ୍ଚ ଅନ୍ୟ ସରପଞ୍ଚଙ୍କ ସହିତ ପ୍ରବାସୀ ଶିବିରରେ ରହୁଥିଲେ | ସେ ନିଜ ଘରକୁ ଯିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବେସୁ ଗସ୍ତରେ ବାହାରିଲେ | ସେ ନିଜ ଘର ଠାରୁ ୨୦ ମିଟର ଦୂରରେ ଥିବାବେଳେ ତାଙ୍କ ଉପରକୁ ହମଲା ହୋଇଥିଲା |

ଜୁଲାଇ ମାସରେ ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀର ବାନ୍ଦୀପୋରାରେ ବିଜେପି ନେତା ୱାସିମ ଅହମଦ ବାରି, ତାଙ୍କ ପିତା ଓ ଭାଇଙ୍କୁ ଗୁଳି କରି ହତ୍ୟା କରିଥିଲେ | ୩ ଜଣଙ୍କୁ ବାନ୍ଦୀପୋରା ପୋଲିସ ଷ୍ଟେସନ ବାହାରେ ଥିବା ଏକ ଦୋକାନରେ ଆତଙ୍କବାଦୀ ହମଲା କରିଥିଲେ | ଏହା ପୂର୍ବରୁ ଦକ୍ଷିଣ କାଶ୍ମୀରରେ ଅନନ୍ତନାଗ ଜିଲ୍ଲାରେ ସରପଞ୍ଚ କାଶ୍ମିରୀ ପଣ୍ଡିତ ଅଜୟ ପଣ୍ଡିତାଙ୍କୁ ଜୁନ ୧୮ ତାରିଖରେ ଆତଙ୍କବାଦୀମାନେ ହତ୍ୟା କରିଥିଲେ |

   Related Posts