କଂଗ୍ରେସର ଇସ୍ତାହାର ରାଷ୍ଟ୍ର ପାଇଁ ବିପଦ ବୋଲି କହିଲା ବିଜେପି, କଣ ଅଛି ଇସ୍ତାହାରରେ ଜାଣନ୍ତୁ

Published By : Prameya-News7 Bureau | April 02, 2019 IST

wp:heading {"level":5}
ନୂଆଦିଲ୍ଲୀ୨|୪: ଆସନ୍ତା ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଜାରିକଲା ନିର୍ବାଚନୀ ଇସ୍ତହାର । ହମ୍‌ ନିଭାଏଙ୍ଗେ ନାମକ ଏହି ଇସ୍ତହାର ପତ୍ରରେ କଂଗ୍ରେସ ଦେଶବାସୀଙ୍କୁ ଦେଇଛି ଅନେକ ପ୍ରତିଶ୍ରୁତି ।  ଇସ୍ତହାର ନାଁ ମାଧ୍ୟମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ କଟାକ୍ଷ କରିଛନ୍ତି।  କଂଗ୍ରେସ ଇସ୍ତହାରର ଜବାବ ଦେଇଛି ବିଜେପି ।
/wp:heading {"id":99467}

ହମ୍‌ ନିଭାଏଙ୍ଗେ । କଂଗ୍ରେସ ଇସ୍ତହାର ପୁସ୍ତିକାର ଏହି ନାଁ ମାଧ୍ୟମରେ ହିଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି  ଦେଶବାସୀଙ୍କୁ ଦେଇଛନ୍ତି ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରତିଶ୍ରୁତି । ୧୫ରୁ ଅଧିକ ମୁଖ୍ୟ ପ୍ରତିଶ୍ରୁତି ସହ କଂଗ୍ରେସର ଜାରି କରିଛି ଇସ୍ତହାର। ଇସ୍ତହାରରେ ନ୍ୟାୟ ଯୋଜନା , ଯୁବକଙ୍କୁ ରୋଜଗାର, ମନରେଗା, କୃଷକଙ୍କ ପାଇଁ ସ୍ବତନ୍ତ୍ର ବଜେଟ୍‌, ଶିକ୍ଷା ଏବଂ ସ୍ବାସ୍ଥ୍ୟ ଭଳି ଯୋଜନା ଉପରେ ଫୋକସ କରାଯାଇଛି। ଏହି ଯୋଜନାକୁ ରାହୁଲ ଗାନ୍ଧି 'ପଞ୍ଜା' ବୋଲି କହିଛନ୍ତି । କଂଗ୍ରେସ ଇସ୍ତହାରରେ ଦେଶବାସୀଙ୍କ ପାଇଁ କଣ ରହିଛି ପ୍ରତିଶ୍ରୁତି ଆସନ୍ତୁ ନଜର ପକାଇବା..

{"id":99468}

୧. କ୍ଷମତାକୁ ଆସିବା ପରେ ଦେଶରୁ ଦାରିଦ୍ର୍ୟ ହଟାଇବା ପାଇଁ କଂଗ୍ରେସ ନ୍ୟୁନତମ ଆୟ ଯୋଜନା ଲାଗୁ କରିବ । ଯେଉଁଥିରେ ଦେଶର ୨୦ ପ୍ରତିଶତ ଅତି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ପ୍ରତିବର୍ଷ ୭୨ ହଜାର ଟଙ୍କା ସହାୟତା ଦିଆଯିବ ।

{"id":99469}

୨. ୨୦୨୦ ମାର୍ଚ୍ଚ ସୁଦ୍ଧା ୨୨ ଲକ୍ଷ ଯୁବକ, ଯୁବତୀଙ୍କ ପାଇଁ ସରକାରୀ ଚାକିରି ଓ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ରୋଜଗାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

{"id":99471}

୩. କୃଷକଙ୍କ ଋଣ ଛାଡକରି ସେମାନଙ୍କୁ କରଜ ମୁକ୍ତ ସହ ଋଣ ନସୁଝିପାରିଲେ କୃଷକଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମାକୁ ହଟାଇବାକୁ ପ୍ରତିଶ୍ରୁତି ଦିଆଯାଇଛି। ସେହିଭଳି ପ୍ରତିବର୍ଷ କୃଷି ବଜେଟ ଓ କୃଷିର ବିକାଶ ଓ ଯୋଜନା ପାଇଁ ରାଷ୍ଟ୍ରୀୟ ଆୟୋଗ ସ୍ଥାପନ ।

{"id":99472}

୪. ମନରେଗା ମାଧ୍ୟମରେ ଗ୍ରାମୀଣ ଲୋକଙ୍କ ପାଇଁ ୧୫୦ ଦିନର ରୋଜଗାର ଗ୍ୟାରେଣ୍ଟି ।

{"id":99473}

୫. ଶିକ୍ଷା ଉପରେ ବଜେଟର ୬ ପ୍ରତିଶତ ଅର୍ଥ ଖର୍ଚ୍ଚ ପାଇଁ ପ୍ରତିଶ୍ରୁତି ରହିଛି। ସେହିଭଳି ସ୍ବାସ୍ଥ୍ୟ ପାଇଁ ସରକାରୀ ଡାକ୍ତରଖାନା ଓ ଘରୋଇ ଡାକ୍ତରଖାନା ଗୁଡିକରେ ଲୋକମାନଙ୍କୁ ମାଗାଣା ଡାଏଗ୍ନୋସିସ୍‌, ଆଉଟ ପେସେଣ୍ଟ କେୟାର, ମାଗମା ଔଷଧ ଭଲି ବ୍ୟବସ୍ଥା ସହ ଡାକ୍ତାରଖାନାର ଅବସ୍ଥା ସୁଧାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।  ସେହଭଳି କାଶ୍ମୀର ପ୍ରସଙ୍ଗରେ ୩୭୦ ଧାରାରେ କୌଣସି ପରିବର୍ତ୍ତନ ହେବନାହିଁ କୁହାଯାଇଥିବାବେଳେ ଏହି ପ୍ରସଙ୍ଗରେ ସେଠାର ଲୋକଙ୍କ ସହ କଥାବାର୍ତ୍ତା କରାଯିବ ବୋଲି କହୁଯାଇଛି ।

{"id":99474}

ଏଥିସହ ଜିଏସ୍‌ଟି ସରଳୀକରଣ, ପ୍ରତିରକ୍ଷା ଖର୍ଚ୍ଚ ବଢାଇବା , ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ଭଳି ପ୍ରତିଶ୍ରୁତି ଘୋଷଣା ପତ୍ରରେ କହିଛନ୍ତି । ଇସ୍ତହାରର ନାଁ ହମ୍ ନିଭାଏଙ୍ଗେ ରଖି ମୋଦି ସରକାରଙ୍କୁ କଟାକ୍ଷ କରିଥିବା ବେଳେ ଯୁବକ, କୃଷକ, ଶ୍ରମିକ, ସୈନିକ ଓ ଗରିବଙ୍କ ଭୋଟ୍‌ ନିଜ ସପକ୍ଷରେ ନେବାକୁ ଉଦ୍ୟମ କରିଛନ୍ତି ।

{"id":99475}

କଂଗ୍ରେସର ଏହି ଘୋଷଣା ପତ୍ରକୁ କିନ୍ତୁ ବିଜେପି ରାଷ୍ଟ୍ର ପ୍ରତି ବିପଦ ଆଖ୍ୟା ଦେଇଛି । ବିଜେପି କହିଛି ନେହେରୁ ଗାନ୍ଧି ପରିବାର ପୂର୍ବରୁ ଯେଉଁ ଭଲୁ କରିଥିଲେ ସେହି ଭୁଲ୍‌ ଦୋହରାଇବାକୁ ଚେଷ୍ଟା କରିଛନ୍ତି। କଂଗ୍ରେସ ଇସ୍ତହାରରେ କାଶ୍ମୀର ପଣ୍ଡିତଙ୍କ ପାଇଁ କିଛି ନଥିବା ବେଳେ AFSPA ଆଇନକୁ ହଟାଇ ଦେଶଦ୍ରୋହ ଅପରାଧକୁ ଖତମ କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି ବୋଲି କହି ଅରୁଣ ଜେଟଲୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହା ସମାଲୋଚନା କରିଛନ୍ତି ।

{"id":99476}

କଂଗ୍ରେସର ଏହି ଇସ୍ତହାର ପତ୍ର ଘୋଷଣା ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ସୋନିଆ ଗାନ୍ଧି, ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ପ୍ରମୁଖ ଉପସ୍ଥିତ ଥିଲେ।

{"id":99477}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.