Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ପେଗାସସ୍ : ବିରୋଧୀଙ୍କ ମୁକାବିଲା ଲାଗି ବିଜେପି ଶାସିତ ରାଜ୍ୟଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଆଗକୁ କଲେ ସରକାର

21/07/2021 at 8:46 PM

ନୂଆଦିଲ୍ଲୀ ୨୧।୭: ପେଗାସସ୍ ଗୁଇନ୍ଦାଗିରି ମାମଲାରେ କେନ୍ଦ୍ର ସରକାର ବିରୋଧୀଙ୍କ ମୁକାବିଲା ଲାଗି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆଗକୁ କରିଛନ୍ତି। ସଂସଦରେ ଓ ବାହାରେ ବିରୋଧୀଙ୍କ ଚାରିଆଡୁ ହେଉଥିବା ଆକ୍ରମଣ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି ପ୍ରସଙ୍ଗରେ ବିଜେପି ମୁଖ୍ୟମନ୍ତ୍ରୀମାନେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ସମାଲୋଚନା କରୁଛନ୍ତି। ଏହି କ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ କଂଗ୍ରେସକୁ ଦେଶ ବିରୋଧୀ ମାନସିକତାର ଦଳ ବୋଲି କହିବାକୁ ପଛେଇ ନାହାନ୍ତି।

ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁଇନ୍ଦାଗିରି ଅଭିଯୋଗ ଗଣତନ୍ତ୍ରକୁ ବଦନାମ କରିବା ଲାଗି ବିରୋଧୀଙ୍କ ଷଡ଼ଯନ୍ତ୍ର ବୋଲି କହିଛନ୍ତି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ବୈଦେଶୀକ ଶକ୍ତିଙ୍କ ଇସାରାରେ ସରକାରଙ୍କୁ ବଦନାମ କରିବା ଲାଗି ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗ ଉଠାଇଥିବା କହିଛନ୍ତି। ଏହା ସମ୍ପୂର୍ଣ୍ଣ ଦେଶ ବିରୋଧୀ ମାନସିକତା ବୋଲି ସେ କହିଛନ୍ତି। କାରଣ ଯେଉଁ ଏଜେନ୍ସୀ ଏହି ପ୍ରସଙ୍ଗ ଉଠାଇଛନ୍ତି ତାଙ୍କ ନିକଟରେ ଏହାର ପ୍ରମାଣ ନାହିଁ ଯେ ଉପଲବ୍ଧ ତଥ୍ୟକୁ ଭାରତରେ ଉପଯୋଗ କରାଯାଉଛି କି ନା।

ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରସଙ୍ଗରେ ବିରୋଧୀଙ୍କ କଡା ସମାଲୋଚନା କରିଛନ୍ତି। ପେଗାସସ୍‌କୁ ନେଇ ସଂସଦ ଅଧିବେଶନ ଚଳାଇ ନଦେବା ବିରୋଧୀଙ୍କ ନକରାତ୍ମକ ଭାବନାକୁ ସ୍ପଷ୍ଟ ପ୍ରମାଣିତ କରୁଥିବା କହିଛନ୍ତି। ଏ ନେଇ ଲକ୍ଷ୍ନୌରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିରୋଧୀ ଦଳଙ୍କ ଏପରି ମନବୃତ୍ତି ଯୋଗୁ ସଂସଦରେ ଲୋକଙ୍କ ସମସ୍ୟା ସମ୍ପର୍କିତ ପ୍ରସଙ୍ଗ ଉପରୁ ସରକାରଙ୍କ ଦୃଷ୍ଟି ହଟା ଯାଉଛି। ଏଥିପାଇଁ ସେମାନଙ୍କୁ କ୍ଷମାଯାଚନା କରିବା ଦରକାର ବୋଲି କହିଛନ୍ତି।

ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଦେଶରେ ଏମନେଷ୍ଟି ଇଣ୍ଟରନ୍ୟାସନାଲର ସମସ୍ତ ଗତିବିଦ୍ଧି ଉପରେ କଟକଣା ଜାରି କରାଯିବା ଦରକାର ବୋଲି କହିଛନ୍ତି। ପେଗାସସ୍ ମାମଲାରେ ମାନବାଧିକାର ଲାଗି କାର୍ଯ୍ୟ କରୁଥିବା ଏହି ସଂସ୍ଥାର ହାତ ଥିବା ସେ ଅଭିଯୋଗ କରିଛନ୍ତି। ପୁରା ପ୍ରକରଣକୁ ବାମ ସଙ୍ଗଠନଙ୍କ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ବୋଲି ଶର୍ମା କହିଛନ୍ତି।

   Related Posts