Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ରାହୁଲଙ୍କ ଶ୍ୱେତ ପତ୍ରର ଜବାବ ରଖିଲା ବିଜେପି: ଦେଶରେ କିଛି ଭଲ ହେଲେ କଂଗ୍ରେସକୁ ବାଧେ

22/06/2021 at 2:42 PM

ନୂଆଦିଲ୍ଲୀ ୨୨/୦୬ : ଦେଶରେ ମାରାତ୍ମକ କରୋନା ଭାଇରସର ଦ୍ୱିତୀୟ ଲହରକୁ ନେଇ ଆଜି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ସମ୍ପର୍କରେ ଦଳ ପକ୍ଷରୁ ଏକ ‘ଶ୍ୱେତ ପତ୍ର’ ଜାରି କରି ମୋଦୀ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ଏବେ ବିଜେପିରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି। ବିଜେପି କହିଛି ଯେ ଯେତେବେଳେ ବି ଭାରତରେ କିଛି ଭଲ ଘଟଣା ଘଟେ ଏବଂ ଦେଶ ଭଲ ପ୍ରଦର୍ଶନ କରେ କୌଣସି ନା କୌଣସି ସ୍ଥାନରେ କଂଗ୍ରେସ କର୍ମୀମାନେ ଏଥିରେ ବିରକ୍ତ ହୁଅନ୍ତି, କଂଗ୍ରେସକୁ ବହୁତ ବାଧେ। ରାହୁଲ ଗାନ୍ଧୀଙ୍କ ଧୈର୍ଯ୍ୟ ଧରି ପାରନ୍ତି ନାହିଁ ଏବଂ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସେହି ବିଷୟକୁ ନେଇ ପ୍ରଶ୍ନ ଉଠେଇଥାନ୍ତି।

ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ଯୋଗ ଦିବସ ସହିତ ଗତକାଲିର ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଗତକାଲି ଭାରତ ସମଗ୍ର ବିଶ୍ୱରେ ଏକମାତ୍ର ଦେଶ ହୋଇପାରିଥିଲା ଯେଉଁଟି ଗୋଟିଏ ଦିନରେ ପ୍ରାୟ ୮୭ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିଲା। କରୋନା ଯୁଦ୍ଧରେ ଯେବେ ବି ନିର୍ଣ୍ଣାୟକ ମୋଡ଼ ଆସିଛି ସେତେବେଳେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ରାଜନୀତି କରିବାକୁ ସବୁ ପ୍ରକାର ଉଦ୍ୟମ କରିଛନ୍ତି।

ସମ୍ବିତ ପାତ୍ର କହିଛନ୍ତି, କାରଣର ଦ୍ୱିତୀୟ ଲହର କଂଗ୍ରେସ ଶାସିତ ରାଜ୍ୟରୁ ଆରମ୍ଭ ହୋଇଥିଲା। କଂଗ୍ରେସ ଶାସିତ ରାଜ୍ୟଗୁଡିକରେ ଏହାର ପ୍ରଭାବ ସବୁଠାରୁ ଅଧିକ ପଡିଥିଲା ଓ ସର୍ବାଧିକ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା। କଂଗ୍ରେସ ଶାସିତ ରାଜ୍ୟ ଟିକାକରଣକୁ ଅସ୍ବୀକାର କରିଥିଲେ ଯେଉଁଥିପାଇଁ ମୃତ୍ୟୁହାର ମଧ୍ୟ ଅଧିକ ଥିଲା। ସମିଟ କହିଛନ୍ତି, ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରି ଶ୍ୱେତ ପତ୍ର କଥା କହି କାମରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଦେଶର କରୋନା ଲଢେଇକୁ ରୋକିବା ପାଇଁ ସେ ନିରନ୍ତର ପରିଶ୍ରମ କରିଛନ୍ତି।

ରାହୁଲ ଗାନ୍ଧୀ ଆଜି ଦଳ ପକ୍ଷରୁ ଏକ ‘ଶ୍ୱେତ ପତ୍ର’ ଜାରି କରି ତୃତୀୟ ଲହରର ସମ୍ଭାବନାକୁ ଦୃଷ୍ଟିରେ ରଖି ମୋଦୀ ସରକାରଙ୍କୁ ବର୍ତ୍ତମାନ ଠାରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିବାକୁ ନିବେଦନ କରିଛନ୍ତି। ରାହୁଲ ମୋଦି ସରକାରଙ୍କୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ତେବେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି ଶ୍ୱେତ ପତ୍ରର ଲକ୍ଷ୍ୟ ସରକାରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ନୁହେଁ। ସେ କହିଛନ୍ତି, ଆମେ ସରକାରଙ୍କ ଭୁଲ ବିଷୟରେ ଉଲ୍ଲେଖ କରୁଛୁ ଯାହାଦ୍ୱାରା ଆଗାମୀ ସମୟରେ ଭୁଲଗୁଡିକ ସଂଶୋଧିତ ହୋଇପାରିବ।

ଶ୍ୱେତ ପତ୍ରର ଚାରୋଟି ମୁଖ୍ୟ ବିଷୟ :
ପ୍ରଥମ – ତୃତୀୟ ଲହର ପାଇଁ ପ୍ରସ୍ତୁତି
ଦ୍ୱିତୀୟ – ଗରିବ, ଛୋଟ ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା
ତୃତୀୟ – କୋଭିଡ୍ କ୍ଷତିପୂରଣ ପାଣ୍ଠି ପ୍ରସ୍ତୁତ କରାଯିବା ଉଚିତ୍
ଚତୁର୍ଥ – ପ୍ରଥମ ଏବଂ ଦ୍ୱିତୀୟ ଲହରର ତ୍ରୁଟିର କାରଣ ଖୋଜାଯାଉ ଏବଂ ଭବିଷ୍ୟତରେ ଏହି ତ୍ରୁଟି ଘଟିବ ନାହିଁ ବୋଲି ନିଶ୍ଚିତ କରାଯାଉ

   Related Posts