ରାଜସ୍ଥାନରେ କଂଗ୍ରେସ ପାଇଁ ଅଗ୍ନିପରୀକ୍ଷା, ଦ୍ବିତୀୟ ପ୍ରାର୍ଥୀ ଘୋଷଣା କଲା ବିଜେପି

Published By : Prameya-News7 Bureau | March 14, 2020 IST

ରାୟପୁର ୧୪।୦୩: ମଧ୍ୟପ୍ରଦେଶରେ କଂଗ୍ରେସ ବିବାଦରୁ ବିଜେପି ଫାଇଦା ଉଠାଇବାକୁ ଯୋଜନା ଚଳାଇଥିବା ବେଳେ । ସେପଟେ ରାଜସ୍ଥାନ କଂଗ୍ରେସ ମଧ୍ୟରେ ଚାଲିଥିବା ଗୋଷ୍ଠୀବିବାଦରୁ ମଧ୍ୟ ଦାବି ହାସଲ କରିବାକୁ ଚାହିଁ ବସିଛି ବିଜେପି । ରାଜ୍ୟସଭା ନିର୍ବାଚନରେ ଫାଇଦା ହାସଲ ପାଇଁ ବିଜେପି ନିଜର ଦ୍ବିତୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଓମକର ସିଂ ଲାଖବତ୍‌ଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି |

ମଧ୍ୟପ୍ରଦେଶରେ କମଳନାଥ ସରକାରକୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ରୂପରେ ବଡ ଝଟକା ଦେବା ପରେ ବିଜେପି ଲିଟ୍‌ମସ୍‌ ଟେଷ୍ଟ କରିବାକୁ ଚାହୁଁଛି । ବିଜେପି ଆଶାକରୁଛି ଯେ, ଏହି ସୁଯୋଗରେ ଫାଇଦା ନେବାକୁ ଚାହୁଁଛି । ସେପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ କାର୍ଯ୍ୟକୁ ନେଇ କିଛି ବିଧାୟକ ଅସନ୍ତୁଷ୍ଟ ଅଛନ୍ତି । ସଚ୍ଚିନ ପାଇଲଟଙ୍କ ଗୋଷ୍ଠୀ ରାଜ୍ୟସଭା ପାଇଁ କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀଙ୍କୁ ବିରୋଧ କରିବା ସହ ବିଜେପି ସହିତ ଯାଇପାରେ ବୋଲି ଅନୁମାନ କରାଯାଉଛି ।  

ଗୁରୁବାର ରାତିରେ କଗ୍ରେଂସ ରାଜ୍ୟସଭା ନିର୍ବାଚନ ପାଇଁ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କଂଗ୍ରେସ ପକ୍ଷରୁ ରାଜ୍ୟସଭା ପାଇଁ ଜଣେ ପ୍ରାର୍ଥୀ କେ.ସି ବେଣୁଗୋପାଳ । ଯିଏ କଂଗ୍ରେସ ସଂଗଠନର ମହାସଚିବ ଅଛନ୍ତି । ସେହିପରି ଦ୍ବିତୀୟ ପ୍ରାର୍ଥୀ ନିରଜ ଡାଙ୍ଗିଙ୍କ ନାମ ଘୋଷଣା କରାଯାଇଛି । ଯାହାକୁ ଉପ-ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସଚ୍ଚିନ ପାଇଲଟ ଆପତ୍ତି ଉଠାଇଛନ୍ତି । ପାଇଲଟ ଗୋଷ୍ଠୀର ବିଧାୟକ ବେଦ ପ୍ରକାଶ ସୋଲାଙ୍କି ଖୋଲାଖୋଲି ଭାବରେ ପ୍ରାର୍ଥୀ ଚୟନକୁ ବିରୋଧ କରିଛନ୍ତି । କିନ୍ତୁ ଶେଷରେ ମୁଖ୍ୟମନ୍ତ୍ରୀ ଗେହଲତଙ୍କ କଥା ରହିଛି । ଏବଂ ନିରଜ ଡାଙ୍ଗୀଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ।

ନିରଜ ଡାଙ୍ଗୀ ବିଧାନସଭା ନିର୍ବାଚନରେ ଲଗାତର ଭାବେ ତୃତୀୟ ଥର ପାଇଁ ପରାଜୟ ହୋଇଛନ୍ତି । ପ୍ରତ୍ୟେକ ନିର୍ବାଚନରେ ସେ ବଡ ଅନ୍ତରରେ ପରାଜୟ ହେଉଛନ୍ତି । କିନ୍ତୁ ନିରଜ ଗେହଲତଙ୍କ ପାଖ ଲୋକ ହୋଇଥିବାରୁ ଚଳିତ ବର୍ଷ ରାଜ୍ୟସଭା ନିର୍ବାଚନ ପାଇଁ ଟିକେଟ୍‌ ଦିଆଯାଇଛି । ବିଧାନସଭା ନିର୍ବାଚନରେ ଲଗାତର ତୃତୀୟ ଥର ପରାସ୍ତ ହେଲା ପରେ ବି ରାଜ୍ୟସଭା ଟିକେଟ୍‌ ଦେବା ନେଇ ପାଇଲଟ ଅସନ୍ତୁଷ୍ଟ ଅଛନ୍ତି । ତେବେ କଂଗ୍ରେସର ଏହି ବିବାଦରୁ ଫାଇଦା ନେବାକୁ ଆଶା ରଖିଛି ବିଜେପି । ସେଥିପାଇଁ  ବିଜେପି ଓମକର ସିଂ ଲାଖବତ୍‌ଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଏହାପୂର୍ବରୁ ରାଜେନ୍ଦ୍ର ଗେହଲୋତଙ୍କ କେବଳ ପ୍ରାର୍ଥ ଘୋଷଣା କରିଥିଲା । ଏବଂ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.