ବିଜେପୁରରୁ ବିଜେପିର ପ୍ରାର୍ଥୀ ହେଲେ ସନତ ଗଡତିଆ

Published By : Prameya-News7 Bureau | March 26, 2019 IST

ଭୁବନେଶ୍ବର ୨୬|୩ : ବିଜେପୁର ପାଇଁ ବିଜେପି ବିଳମ୍ବିତ ରାତିରେ ତାର ପ୍ରାର୍ଥୀ ଘୋଷଣା କରିଛି । ସନତ ଗଡ଼ତିଆ ବିଜେପୁରରୁ ବିଜେପି ପ୍ରାର୍ଥୀ କରିଛି । ଗତଥର ବିଜେପି ଟିକେଟରେ ବରଗଡ଼ରୁ ଲୋକସଭା ନିର୍ବାଚନ ଲଢ଼ିଥିବା ସୁବାସ ଚୌହାନଙ୍କୁ ଏଥର ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବାର ପ୍ରସ୍ତାବ ଦେଇଥିଲା ବିଜେପି । କିନ୍ତୁ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ସୁବାସ ଚୌହାନ । ଏହାପରେ ବିଜେପି ସନତ ଗଡ଼ତିଆଙ୍କୁ ବିଜେପୁରରୁ ପ୍ରାର୍ଥୀ କରିଛି । ବିଜେପୁରରେ ନବୀନଙ୍କ ବିରୋଧରେ ବିଜେପିରୁ ଲଢିବେ ସନତ ଗଡତିଆ ।

୨୦୧୪ରେ ବିଜେପୁର ଆସନ ଥିଲା କଂଗ୍ରେସ ହାତରେ । ଏଥର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁରରୁ ନିର୍ବାଚନ ଲଢୁଛନ୍ତି । ଫଳରେ ଏହି ଆସନ ଏବେ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି । ଗତକାଲି ନବୀନ ବିଜେପୁର ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସେହିଭଳି ନବୀନଙ୍କ ବିରୋଧରେ କଂଗ୍ରେସର ପୂର୍ବତନ ବିଧାୟକ ରିପୁନାଥ ସେଠଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

ଗତବର୍ଷ ହୋଇଥିବା ବିଜେପୁର ଉପନିର୍ବାଚନରେ ବିଜେପି ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା । ତେବେ ବିଜେପି ପ୍ରାର୍ଥୀ ରୀତା ସାହୁଙ୍କଠାରୁ ସେ ୪୦ହଜାରରୁ ଅଧିକ ଭୋଟ୍ ରେ ପରାସ୍ତ ହୋଇଥିଲେ । ସେହିଭଳି ଉପନିର୍ବାଚନରେ କଂଗ୍ରେସ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ କଂଗ୍ରେସ ପ୍ରାର୍ଥୀ ମାତ୍ର ୧୦ହଜାର ଭୋଟ୍ ପାଇବାରେ ସକ୍ଷମ ହୋଇଥିଲେ । ଉପନିର୍ବାଚନରେ କଂଗ୍ରେସ ଡିପୋଜିଟ୍ ହରାଇଥିଲା । ବିଜେଡି ପ୍ରାର୍ଥୀ ରୀତା ସାହୁ ୧ଲକ୍ଷ ୨ହଜାର ଭୋଟ୍ ପାଇ ବିଜୟୀ ହୋଇଥିଲେ । ଉପନିର୍ବାଚନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଚଳିତ ସାଧାରଣ ନିର୍ବାଚନରେ କେହି ଟିକେଟ୍ ପାଇନାହାନ୍ତି ।

ସୂଚନାଯୋଗ୍ୟ ଯେ, ବିଜେପୁର ଗତ ଦୁଇ ଦଶନ୍ଧି ଧରି କଂଗ୍ରେସର ଗଡ ହୋଇରହିଥିଲା । ଏହି ଆସନରୁ କଂଗ୍ରେସ ନେତା ସୁବଳ ସାହୁ ବିଜୟ ହୋଇ ଆସୁଥିଲେ । ତାଙ୍କ ଦେହାନ୍ତ ପରେ ଅନୁଷ୍ଠିତ ହୋଇଥିବା ବିଜେପୁର ଉପନିର୍ବାଚନ ସେ ପରମ୍ପରାକୁ ବଦଳାଇଦେଇଥିଲା । ସ୍ବର୍ଗତ ସୁବଳ ସାହୁଙ୍କ ବିଧବା ପତ୍ନୀ ରୀତା ସାହୁ ବିଜେଡିରେ ଯୋଗଦେବା ସହ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।

ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ହିଞ୍ଜିଳିରୁ ଫାଇଟ୍ ଦେବା ପାଇଁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ବିଜେପି ପ୍ରାର୍ଥୀ କରିଛି ।

{"id":96899}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.