Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଓଡିଶାର ୫ ଲୋକସଭା ଓ ୨୨ ବିଧାନସଭା ଆସନ ପାଇଁ ଦ୍ବିତୀୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

23/03/2019 at 8:42 AM

ଭୁବନେଶ୍ବର ୨୩|୩ :  ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି । ଦ୍ଵିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଓ ୨୨ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ଭାରତୀୟ ଜନତା ପାର୍ଟି ।

ଜାଣନ୍ତୁ କେଉଁଠୁ ପ୍ରାର୍ଥୀ ହୋଇଛନ୍ତି କିଏ :

ବରଗଡ ଲୋକସଭା ଆସନରୁ ସୁରେଶ ପୂଜାରୀ, ସମ୍ବଲପୁରରୁ ନିତେଶ ଗଙ୍ଗଦେଓ, କଳାହାଣ୍ଡିରୁ ବସନ୍ତ କୁମାର ପଣ୍ଡା, ପୁରୀରୁ ସମ୍ବିତ ପାତ୍ର ଓ କୋରାପୁଟରୁ ଜୟରାମ ପାଙ୍ଗି ପ୍ରାର୍ଥୀ ହୋଇଛନ୍ତି ।

ଭଟଲି ବିଧାନସଭା ଆସନରୁ ଇରାଶିଷ ଆଚାର୍ଯ୍ୟ, ଦେବଗଡରୁ ସୁବାଷ ପାଣିଗ୍ରାହୀ, ବିରମିତ୍ରପୁରରୁ ରଘୁନାଥ ଜଗଦଲ, ସୋନପୁରରୁ ଅଶୋକ ପୂଜାରୀ, ବଲାଂଗୀରରୁ ଅନନ୍ତ ଦାସ, ନୂଆପଡ଼ାରୁ ହୋମିସିଂ ମାଝୀ, ଝରିଗାଁରୁ ପର୍ଶୁରାମ ମାଝୀ, ଡାବୁଗାଁରୁ ପଦ୍ମନ ନାୟକ, ଭବାନୀପାଟଣାରୁ ପ୍ରଦୀପ ନାୟକ, ଦଶପଲ୍ଲାରୁ ପୂର୍ଣ୍ଣ ଚନ୍ଦ୍ର ନାୟକ ପ୍ରାର୍ଥୀ ହୋଇଛନ୍ତି ।

ସେହିଭଳି କବିସୂର୍ଯ୍ୟନଗରରୁ ରଞ୍ଜନ ପଲାଇ, ଛତ୍ରପୁରରୁ ପ୍ରଶାନ୍ତ କର, ଆସିକାରୁ ଦେବରାଜ ମହାନ୍ତି, ସୋରଡାରୁ ନୀଳମଣି ବିଶୋଇ, ବ୍ରହ୍ମପୁରରୁ କାହ୍ନୁା ପତି, ଦିଗପହଣ୍ଡିରୁ ପିଙ୍କି ପ୍ରଧାନ, ମୋହନାରୁ ପ୍ରଶାନ୍ତ ମଲ୍ଲିକ, ଗୁଣପୁରରୁ ଶିଶିର ଗମାଙ୍ଗ, ରାୟଗଡାରୁ ବସନ୍ତ ଉଲ୍ଲାକା, ଜୟପୁରରୁ ଗୌତମ ସାମନ୍ତରାୟ, କୋରାପୁଟରୁ ତ୍ରିପୁରା ଗରଡ଼ା ଓ ଚିତ୍ରକୋଣ୍ଡାରୁ ପଡୁ ମାଝୀ ପ୍ରାର୍ଥୀ ହୋଇଛନ୍ତି ।

   Related Posts