ପଶ୍ଚିମବଙ୍ଗ ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କଲା ବିଜେପି: ମୋଦି, ଶାହ, ମିଥୁନ, ଧର୍ମେନ୍ଦ୍ର, ଜୁଏଲଙ୍କ ସମେତ ଏହି ନେତାଙ୍କ ନାଁ ସାମିଲ

Published By : Prameya-News7 Bureau | March 10, 2021 IST

କୋଲକାତା ୧୦/୦୩ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ଜୋରସୋରରେ ପ୍ରଚାର ଅଭିଯାନରେ ଲାଗିଛନ୍ତି। ଟିଏମସି ତରଫରୁ ମମତା ଲଗାତାର ରାଲି ଓ ରୋଡ଼ ଶୋ' କରୁଛନ୍ତି। ଅପରପକ୍ଷରେ ବିଜେପି ମଧ୍ୟ ଜୋରସୋରରେ ପ୍ରଚାର ଅଭିଯାନ ଜାରି ରଖିଛି। ବିଜେପି ନିର୍ବାଚନ ପାଇଁ ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ମିଥୁନ ଚକ୍ରବର୍ତ୍ତୀଙ୍କ ନାଁ ମଧ୍ୟ ସାମିଲ ଅଛି। ରବିବାର ଦିନ କୋଲକାତା ବ୍ରିଗେଡ ମଇଦାନରେ ପ୍ରଧାନମନ୍ତ୍ରୀଙ୍କ ରାଲିରେ ମିଥୁନ ବିଜେପିରେ ସାମିଲ ହୋଇଥିଲେ। ବିଜେପି ମିଥୁନଙ୍କ ଜରିଆରେ ମମତାଙ୍କୁ କାଟିବାକୁ ଚେଷ୍ଟା କରୁଛି।

{"id":420685,"sizeSlug":"large","linkDestination":"none"}

ନିର୍ବାଚନ ପ୍ରଚାର ପାଇଁ ବିଜେପି ୪୦ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ନିତିନ ଗଡ଼କରୀ, କୈଳାଶ ବିଜୟବର୍ଗିୟ, ମିଥୁନ ଚାରକରବର୍ତ୍ତୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଅର୍ଜୁନ ମୁଣ୍ଡା, ମୁକୁଲ ରାୟ, ଦିଲୀପ ଘୋଷ, ଜୁଏଲ ଓରାମ, ରାଜୀବ ବାନାର୍ଜୀ, ଅରବିନ୍ଦ ମେନନ, ଅମିତ ମାଲବୀୟ, ବାବୁଲ ସୁପ୍ରିୟୋ, ଦେବଶ୍ରୀ ଚୌଧୁରୀ, ନରୋତ୍ତମ ମିଶ୍ର, ବାବୁଲାଲ ମାରାଣ୍ଡି, ରଘୁବର ଦାସ, ରାଜୁ ବାନାର୍ଜୀ, ଅମିତାଭ ଚକ୍ରବର୍ତ୍ତୀ, ସୁଭାଷ ସରକାର, କୁନାର ହେମବ୍ରମ, ହିରେନ ଚାଟାର୍ଜୀ ଆଦିଙ୍କ ନାଁ ସାମିଲ ଅଛି।

{"id":420687,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.