ଲୋକସଭା ନିର୍ବାଚନ ପାଇଁ ଘୋଷଣା ହେଲା ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା : ବାରାଣାସୀରୁ ଲଢ଼ିବେ ମୋଦି

Published By : Prameya-News7 Bureau | March 21, 2019 IST

ଦିଲ୍ଲୀ ୨୧/୩ : ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରାର୍ଥୀ ତାଲିକା ଜାରି କରିଛି | ଦଳ ତରଫରୁ ପାଖାପାଖି ୧୮୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି | ବିହାରର ସମସ୍ତ ଆସନ, ମହାରାଷ୍ଟ୍ରର ୨୧ ଆସନ, ଛତିଶଗଡ଼ର ୫, ଉତ୍ତର ପ୍ରଦେଶର ୩୫ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି | ଏହାଛଡା ଓଡିଶା, ପଶ୍ଚିମବଙ୍ଗ, ଝାରଖଣ୍ଡ, କର୍ଣ୍ଣାଟକ, ଜାମ୍ମୁ କାଶ୍ମୀର, ରାଜସ୍ଥାନ, କେରଳ, ତାମିଲନାଡୁ, ଆସାମ, ତ୍ରିପୁରା, ତେଲେଙ୍ଗାନା, ଅରୁଣାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ପ୍ରାର୍ଥୀଙ୍କ ନାଁ ମଧ୍ୟ ସାମିଲ ଅଛି |


ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରିବା ପାଇଁ ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତିର ଅନେକଥର ବୈଠକ ବସିଥିଲା | ଗତକାଲି ମଧ୍ୟ ବୈଠକ ବସିଥିଲା | ଗତକାଲି ପଶ୍ଚିମବଙ୍ଗର ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଥିଲା | ସୂଚନାଯୋଗ୍ୟ ଯେ, ଦଳ ୪୨ ଆସନ ମଧ୍ୟରୁ ୨୭ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି |

ଅପରପକ୍ଷରେ କଂଗ୍ରେସ ଏବେ ଯାଏଁ ୬ଟି ପ୍ରାର୍ଥୀ ତାଲିକା ଜାରି କରିସାରିଛି | ମଙ୍ଗଳବାର ଦିନ କଂଗ୍ରେସ ନିଜର ଷଷ୍ଠ ତାଲିକା ଜାରି କରିଥିଲା | ଏଥିରେ ମହାରାଷ୍ଟ୍ରର ୭ ଏବଂ କେରଳର ୨ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିଲା |

ପ୍ରମୁଖ ଲୋକସଭା ପାର୍ଥୀ ତାଲିକା-

ବାରଣାସୀ –ନରେନ୍ଦ୍ର ମୋଦି

ଗାନ୍ଧୀନଗର- ଅମିତ ଶାହା

ଲକ୍ଷୌ-ରାଜନାଥ ସିଂ

ନାଗପୁର-ନିତୀନ ଗଡ଼କରୀ

ବାଗପଥ(ୟୁପି)-ସତ୍ୟପାଲ ସିଂ

ଗୌତମବୁଦ୍ଧ ନଗର- ଡ଼.ମହେଶ ଶର୍ମା

ମଥୁରା-ହେମା ମାଳିନୀ

ବରେଲୀ-ସନ୍ତୋଷ ଗଙ୍ଗଓ୍ଵାର

ଉନ୍ନାଓ-ସାକ୍ଷୀ ମହାରାଜ

ଆମେଥି-ସ୍ମୃତି ଇରାନୀ

ମୁମ୍ବାଇ(ଉତ୍ତର କେନ୍ଦ୍ରୀୟ)-ପୁନମ୍ ମହାଜନ

ବିଡ଼-ପ୍ରୀତମ ଗୋପିନାଥ ମୁଣ୍ଡେ

ଉତ୍ତର କାନାଡ଼ା-ଅନନ୍ତ କୁମାର ହେଗେଡ଼େ

ବାଙ୍ଗାଲୁରୁ(ଉତ୍ତର)-ଡ଼ି.ଭି ସଦାନନ୍ଦ ଗୌଡ଼ା

ଜୟପୁର(ରାଜସ୍ଥାନ)-ରାମଚରଣ ଭୋରା

ଯୋଧପୁର-ଗଜେନ୍ଦ୍ରସିଂ ଶେଖାଓ୍ଵତ୍

ବାରାକପୁର-ଅର୍ଜୁନ ସିଂ

ଯାଦବପୁର-ଅନୁପମ ହାଜରା

ଆସାନସୋଲ-ବାବୁଲ ସୁପ୍ରିୟୋ

{"id":95674,"width":513,"height":621}
{"id":95675}
{"id":95676}
{"id":95677}
{"id":95678}
{"id":95679}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.