Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭା ଆସନ ପାଇଁ ବିଜେପି ଘୋଷଣା କଲା ୧୮ ଜଣିଆ ପ୍ରାର୍ଥୀ ତାଲିକା, ୨୩ରେ ଓଡିଶା

21/03/2019 at 3:14 PM

ସିକ୍କିମ ୨୧/୩ : ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭା ନିର୍ବାଚନ ପାଇଁ ୧୮ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି | ଅରୁଣାଚଳ ପ୍ରଦେଶର ୬ ଜଣ ପ୍ରାର୍ଥୀ ଏବଂ ସିକ୍କିମର ୧୨ ଜଣ ପ୍ରାର୍ଥୀଙ୍କ ନାଁ ଏହି ତାଲିକାରେ ସାମିଲ ଅଛି | ବୁଧବାର ଦିନ ଅରୁଣାଚଳ ପ୍ରଦେଶରେ ବିଜେପିର ୨ମନ୍ତ୍ରୀ ଏବଂ ୧୨ଜଣ ବିଧାୟକ ଦଳରୁ ଇସ୍ତଫା ଦେଇଥିଲେ | ଏମାନେ ବିଜେପି ଛାଡି ମେଘାଳୟର ମୁଖ୍ୟମନ୍ତ୍ରୀ କୋନାରାଡ ସାଙ୍ଗମାଙ୍କ ନ୍ୟାସନାଲ ପିପୁଲ୍ସ ପାର୍ଟିରେ ସାମିଲ ହୋଇଥିଲେ |


ଏନପିପି ଦ୍ୱାରା ଆୟୋଜିତ ସ୍ୱାଗତ ସମାରୋହରେ ଅରୁଣାଚଳର ଗୃହମନ୍ତ୍ରୀ କୁମାର ବାଇ କହିଥିଲେ ଯେ, ଯଦି ବିଜେପି ଠିକ ଦଳ ହୋଇଥାନ୍ତା ତାହେଲେ ସେ ଦଳ ପାଇଁ କାମ କରିଥାନ୍ତେ | ବିଜେପି କହୁଛି ଯେ, ପ୍ରଥମେ ଦେଶ, ତାପରେ ଦଳ ଏବଂ ଏହାପରେ ଯାଇ ସଦସ୍ୟଙ୍କୁ ପ୍ରାଥମିକତା ଦେଇଥାଏ | କିନ୍ତୁ ବିଜେପିରେ ଏମିତି କିଛି ମଧ୍ୟ ହେଉନାହିଁ | ବିଜେପିରେ ବଂଶବାଦ ରାଜନୀତି ଚାଲିଛି | ଅରୁଣାଚଳ ପ୍ରଦେଶ ଏକ ଧର୍ମନିରପେକ୍ଷ ରାଜ୍ୟ | କିନ୍ତୁ ବିଜେପି ଏକ ସଂପ୍ରଦାୟିକ ଦଳ |


ନ୍ୟାସନାଲ ପିପୁଲସ ପାର୍ଟିର ମହାସଚିବ ଥୋମାସ ସାଙ୍ଗମା ରାଜ୍ୟରେ କୌଣସି ମେଣ୍ଟ ସମ୍ଭାବନାକୁ ଏଡାଇ ଦେଇ କହିଛନ୍ତି ଯେ, ସେ ବିଜେପିର ମନ୍ତ୍ରୀ ଏବଂ ବିଧାୟକଙ୍କୁ ନିଜେ ଦଳକୁ ସ୍ୱାଗତ କରୁଛନ୍ତି | ସୂଚନାଯୋଗ୍ୟ ଯେ, ଗୃହମନ୍ତ୍ରୀ କୁମାର ବାଇ, ପର୍ଯ୍ୟଟନ ମନ୍ତ୍ରୀ ଗାମଲୀନ ଏବଂ ଅନ୍ୟ ବିଧାୟକଙ୍କୁ ବିଜେପି ଟିକେଟ ଦେବା ପାଇଁ ମନା କରିଦେଇଥିଲା |

ଅପରପକ୍ଷରେ ଓଡିଶା ପାଇଁ ପ୍ରର୍ଥୀ ଘୋଷଣା ବିଳମ୍ବିତ ହେବାୀରେ ଲାଗିଛି । ୧୭ ତାରିଖ ଦିନ ପ୍ରାର୍ଥୀ ଘୋଷଣା ହେବ ବୋଲି ଆଶା କରାଯାଉଥିଲା । ତେବେ ବିଜେଡିର ଅସନ୍ତୁଷ୍ଟ ଲୋକମାନେ ବିଜେପି ମୁହାଁ ହୋଇଥିବାରୁ ପ୍ରାର୍ଥୀ ତାଲିକା ଘୋଷଣା ବିଳମ୍ବିତ କରିବା ଭଳି ରଣନୀତି ଗ୍ରହଣ କରିଛି ବିଜେପି । କେବେ ମିଳିଥିବା ସୂଚନା ଅନୁସାରେ ୨୩ ତାରିଖରେ ଓଡିଶା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ ।

   Related Posts