ଲୋକସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ୧୦ମ ପ୍ରାର୍ଥୀ ତାଲିକା

Published By : Prameya-News7 Bureau | March 26, 2019 IST

ନୂଆଦିଲ୍ଲୀ ୨୬/୩ : ଲୋକସଭା ନିର୍ବାଚନ ପାଇଁ ବିଜେପି ୧୦ମ ପ୍ରାର୍ଥୀ ତାଲିକା ଜାରି କରିଛି | ଏହି ତାଲିକାରେ ମନୋଜ ସିହ୍ନା, ମେନକା ଗାନ୍ଧୀ, ବରୁଣ ଗାନ୍ଧୀ, ବୀରେନ୍ଦ୍ର ସିଂ ମସ୍ତ, ରିତା ବହୁଗୁଣା ଯୋଶୀଙ୍କ ସମେତ ୩୯ ପ୍ରାର୍ଥୀଙ୍କ ନାଁ ରହିଛି | ବିଜେପିର ଏହି ପ୍ରାର୍ଥୀ ତାଲିକାରେ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗର ପ୍ରାର୍ଥୀଙ୍କ ନାଁ ରହିଛି |

{"id":97235}


ମେନକା ଗାନ୍ଧୀଙ୍କୁ ସୁଲତାନପୁର ଆସନ ଦିଆଯାଇଥିବା ବେଳେ ତାଙ୍କ ପୁଅ ବରୁଣ ଗାନ୍ଧୀଙ୍କୁ ପିଲିଭିତ ଆସନ ଦିଆଯାଇଛି | ମେନକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀ ପରସ୍ପର ମଧ୍ୟରେ ଆସନ ଅଦଳବଦଳ କରିଛନ୍ତି | ରିତା ବହୁଗୁଣା ଯୋଶୀଙ୍କୁ ଏହ୍ଲାବାଦ ଆସନ ଦିଆଯାଇଛି | ମନୋଜ ସିହ୍ନା ଗାଜିପୁର ଆସନରୁ ନିର୍ବାଚନ ଲଢ଼ିବେ | ଆଜି ବିଜେପିରେ ଯୋଗ ଦେଇଥିବା ବଲିଉଡର ବରିଷ୍ଠ ଅଭିନେତ୍ରୀ ଜୟା ପ୍ରଦାଙ୍କୁ ରାମପୁର ଆସନ ଦିଆଯାଇଛି | ଦଳର ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କ କାନପୁର ଆସନ ସତ୍ୟେନ୍ଦ୍ର ପଚୋୖରିଙ୍କୁ ଦିଆଯାଇଛି | ଏବେ ଯାଏଁ ବିଜେପି ଉତ୍ତର ପ୍ରଦେଶର ୬୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିସାରିଛି | ଆହୁରି ୧୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ଅଛି |

{"id":97236}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.