ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ, ୩ ବଦଳରେ ୭ ଟଙ୍କା କମାଇବାର ଥିଲା

Published By : Prameya-News7 Bureau | November 04, 2021 IST

ଭୁବନେଶ୍ୱର ୦୪।୧୧: ତୈଳ ଦରଦାମ୍‌କୁ ନେଇ ରାଜନୀତି ଜୋର ଧରିଛି । କେନ୍ଦ୍ର ସରକାର ପେଟ୍ରୋଲ ଦର ଉପରେ ଏକ୍ସାଇଜ୍‌ ଡ୍ୟୁଟି ୫ ଟଙ୍କା ହ୍ରାସ କରିଥିବା ବେଳେ ଡିଜେଲ୍‌ ଉପରୁ ୧୦ ଟଙ୍କା ହ୍ରାସ କରିଥିଲେ । ଏନେଇ ଗତକାଲି କେନ୍ଦ୍ର ସରକାର ଘୋଷଣା କରିଥିଲେ । ତେବେ କେନ୍ଦ୍ର ସରକାରଙ୍କ ଦର ହ୍ରାସ ପରେ ଆଜି ରାଜ୍ୟ ସରକାର ତୈଳ ଦର ଉପରୁ ୩ଟଙ୍କା ଭାଟ୍‌ ହ୍ରାସ କରିଛନ୍ତି । କିନ୍ତୁ ବିଜେପି ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିଙ୍କୁ ଟାର୍ଗେଟ କରିଛି । ବରଂ ୩ ଟଙ୍କା ବଦଳରେ ୭ଟଙ୍କା କମାଇବାକୁ ବିଜେପି ଦାବି କରିଛି ।

ତେବେ ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବା ପରେ ରାଜ୍ୟ ସରକାର ବାଧ୍ୟ ବାଧକତାରେ ଭାଟ୍ କମାଇଛନ୍ତି । କିନ୍ତୁ ଏଥରେ ମଧ୍ୟ କର୍ପଣ୍ୟତା ଅବଲମ୍ବନ କରିଛନ୍ତି । ପେଟ୍ରୋଲ, ଡିଜେଲ ଉପରୁ ୩ ଟଙ୍କା ଭାଟ୍ ଛାଡ କରିଛନ୍ତି । ହେଲେ ଆଉ ୪ ଟଙ୍କା ଛାଡ଼ କରିବା ପାଇଁ ବିଜେପି ଦାବି କରୁଛି । ପୂର୍ବରୁ ଭାଟ ଛାଡ ନକରି ବିଜେଡ଼ି ଯେଉଁ ଆନ୍ଦୋଳନ କରୁଥିଲା ତାହା କେଵଳ ଡ୍ରାମା ଥିଲା ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ତୈଳ ଦଳ ଉପରୁ ଉତ୍ପାକ ଶୁଳ୍କ ହ୍ରାସ କରିଥିଲେ । ପେଟ୍ରୋଲ ଉପରୁ ୫ଟଙ୍କା ହ୍ରାସ କରିଥିବା ବେଳେ ଡିଜେଲ୍‌ ଉପରୁ ୧୦ ହ୍ରାସ କରିଛନ୍ତି । ଏହାପରେ ଅନେକ ରାଜ୍ୟ ଧୀରେ ଧୀରେ ଭାଟ୍‌ ହ୍ରାସ କରିଛନ୍ତି । ଏହିପ୍ରରିପକ୍ଷୀରେ ଆଜି ଓଡିଶା ସରକାର ଭାଟ୍‌ ଉପରୁ ୩ଟଙ୍କା ହ୍ରାସ କରିଛନ୍ତି । ଯାହାଫଳରେ ସାଧାରଣ ଲୋକେଙ୍କୁ ଏବେ ଆଶ୍ୱସ୍ତି ମିଳିବ । କ୍ରମାଗତ ଭାବେ ବଢୁଥିବା ତୈଳ ଦର ଏବେ କମିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.