କମଲନାଥଙ୍କୁ ଆଶ୍ୱସ୍ତି, MP ସରକାରଙ୍କ ଫ୍ଲୋରଟେଷ୍ଟ ଲାଗି ସୁପ୍ରିମକୋର୍ଟକୁ ଗଲା ବିଜେପି

Published By : Prameya-News7 Bureau | March 16, 2020 IST

ନୂଆଦିଲ୍ଲୀ ୧୬।୩:  ମଧ୍ୟପ୍ରଦେଶ କମଲନାଥ ସରକାରଙ୍କ ଫ୍ଲୋରଟେଷ୍ଟ ଲାଗି ବିଜେପି ସୋମବାର ସୁପ୍ରିମକୋର୍ଟରେ ପହଞ୍ଚିଛି। ୪୮ ଘଣ୍ଟାରେ ମଧ୍ୟପ୍ରଦେଶ ସରକାରର ବହୁମତ ପ୍ରମାଣ ଲାଗି ନିର୍ଦ୍ଦେଶ ଦେବାକୁ ବିଜେପି କୋର୍ଟଙ୍କୁ ନିବେଦନ କରିଛି। ଏହା ଉପରେ ସୁପ୍ରିମକୋର୍ଟ ହୁଏତ ମଙ୍ଗଳବାର ଶୁଣାଣି କରିପାରନ୍ତି ବୋଲି ଆଶା କରାଯାଉଛି।

{"id":239141,"sizeSlug":"large"}

ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସୋମବାର ମଧ୍ୟପ୍ରଦେଶ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା। ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଅଭିଭାଷଣ ପରେ  ବାଚସ୍ପତି ଏନ.ପି. ପ୍ରଜାପତି ବିଧାନସଭାକୁ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି। ଫଳରେ କମଲନାଥଙ୍କୁ ୧୦ ଦିନ ଆଶ୍ୱସ୍ତି ମିଳିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗଦେବା ପରେ ତାଙ୍କ ଗୋଷ୍ଠୀର ୨୨ ଜଣ ବିଧାୟକ ସରକାରରୁ ଇସ୍ତଫା ଦେଇଛନ୍ତି। ଫଳରେ ସରକାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ହରାଇଛନ୍ତି।

{"id":239142,"sizeSlug":"large"}

ଏଣୁ ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ କମଲନାଥ ସରକାରଙ୍କ ଆସ୍ଥାଭୋଟ କରାଇବାକୁ ବିଜେପି ଦାବି କରିଆସୁଛି। ହେଲେ  ଏ ନେଇ ଚାପ ସୃଷ୍ଟି କରିବାରେ ରାଜ୍ୟ ବିଜେପି ବିଫଳ ହେଉଥିବାର ଦେଖାଯାଉଛି। କରୋନା ସଂକ୍ରମଣ ଯୋଗୁ ବାଚସ୍ପତି ବିଧାନସଭାକୁ ୧୦ ଦିନ ଲାଗି ମୁଲତବି କରିଦେଇଥିବା ବେଳେ ବିଜେପି ଏବେ ସୁପ୍ରିମକୋର୍ଟଙ୍କ ଶରଣାପନ୍ନ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.