Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପିର ୧୨ ଘଣ୍ଟିଆ ରାସ୍ତାରୋକ, ଆନ୍ଦୋଳନର ଘଣ୍ଟାଏ ପରେ କର୍ମୀଙ୍କୁ ଉଠାଇନେଲା ପୋଲିସ

25/10/2021 at 9:10 AM

ରାୟଗଡା, ୨୫/୧୦:   ବସ୍ତି ଉଛେଦ ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ରାସ୍ତାରୋକ । ରାୟଗଡା ସହରର ତିନୋଟି ପ୍ରବେଶ ପଥରେ ଏହି ରାସ୍ତା ଅବରୋଧ ହୋଇଥିଲା। ଫଳରେ ସମସ୍ତ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। କିନ୍ତୁ ପୋଲିସ କର୍ମୀଙ୍କୁ ଉଠାଇନେବା ପରେ ରାସ୍ତାରୋକ ହଟିଥିଲା ।

ସୂଚନାନୁସାରେ, ସୋମବାର ଜିଲ୍ଲା ବିଜେପି  ସହରର ସିରିଗୁଡା, ଖଲିଗୁଡା ଓ ମଝିଘରିଆଣୀ ମନ୍ଦିର ନିକଟରେ ଥିବା ସମସ୍ତ ତିନୋଟି ପ୍ରବେଶ ପଥକୁ ଅବରୋଧ କରିଥିଲା। ବସ୍ତି ବାସିନ୍ଦା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ମୁଖ୍ୟତଃ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ  କର୍ମୀ। ସକାଳ ୬ ଟାରୁ ଦଳର କର୍ମୀମାନେ ଜାତୀୟ ରାଜପଥକୁ ବନ୍ଦ କରିନେଇଥିଲେ ।  

ତେବେ ପ୍ରାୟ ୭.୩୦ ସମୟରେ ବିଜେପି କର୍ମୀ ଓ ନେତାଙ୍କୁ ହଟାଇ ଥାନାକୁ ନେଇ ଯାଇଥିଲା ପୋଲିସ। ଫଳରେ ରାସ୍ତାରୋକ ହଟିଥିଲା। ଏହାକୁ କେନ୍ଦ୍ର କରି ବିଜେପି କର୍ମୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ।ଏପରିକି  ଥାନାରେ ମଧ୍ୟ ସେମାନେ ବ୍ୟାପକ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା ।

   Related Posts