ମମିତା ମେହେର ହତ୍ୟାକାଣ୍ଡ ଘଟଣା, ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏସ୍‌ପି ଅଫିସ ଆଗରେ ବିକ୍ଷୋଭ

Published By : Prameya-News7 Bureau | October 28, 2021 IST

ଖଲ୍ଲିକୋଟ ୨୮।୧୦: ମମିତା ମେହେର ହତ୍ୟାକାଣ୍ଡ ଘଟଣା । ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ରାଲି । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସାଙ୍ଗଠନିକ ଘୁମୁଷର ଜିଲ୍ଲା ବିଜେପି ପକ୍ଷରୁ ଏହି ରାଲି କରାଯାଇଛି । ବିଜେପି କର୍ମୀ ମାନେ ଗଞ୍ଜାମ ଆରକ୍ଷୀ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଖବର ଅନୁଯାୟୀ, ମମିତା ପରିବାରକୁ ନ୍ୟାୟ ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏହି ରାଲିର ଆୟୋଜନ କରାଯାଇଥିଲା । ବିଜେପି କର୍ମୀ ମାନେ ଶୋଭାଯାତ୍ରା ଛତ୍ରପୁର ଉପର ବସଷ୍ଟାଣ୍ଡରୁ ବାହାରି ଗଞ୍ଜାମ ଏସପି ଅଫିସ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମମିତାଙ୍କ ପରିବାରକୁ ନ୍ୟାୟ ଦେବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିସ୍କାର ଏବଂ ଗିରଫ ଦାରୀ ଦାବି କରିଛି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ସୁରକ୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.