ସମ୍ବଲପୁରରେ ସିଏଏ ସପକ୍ଷରେ ବିଜେପିର ଶୋଭାଯାତ୍ରା

Published By : Prameya-News7 Bureau | January 11, 2020 IST

ସମ୍ବଲପୁର ୧୧/୧: ସମ୍ବଲପୁରରେ ବିଜେପିର ସିଏଏ ସପକ୍ଷରେ ଶୋଭାଯାତ୍ରା । ଆଜି ସମ୍ବଲପୁରରେ ବିଜେପି ପକ୍ଷରୁ ହୋଇଥିବା ଜନଜାଗରଣ ରାଲିରେ ଯୋଗଦେଇଛନ୍ତି  ଗିରିରାଜ ସିଂ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ମନ୍ଦିରରେ ଆର୍ଶୀବାଦ ନେବା ପରେ ଜନ ଜାଗରଣ ରାଲିରେ ଯୋଗ ଦୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ।

{"id":209824,"sizeSlug":"large"}

କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସ୍ଥାନୀୟ ସାଂସଦ ପ୍ରମୁଖ ସାମିଲ ଅଛନ୍ତି । ସିଏଏ ନାଗରିକତା ଦେବା ଆଇନ । ଏଥିରେ କାହାରିକୁ ଭୟଭୀତ ହେବାର ଆବଶ୍ୟକାତ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସମଗ୍ର ଦେଶରେ ସିଏଏକୁ ବିରୋଧ କରି ହିଂସାକାଣ୍ଡ ଘଟଣା ଦେଖିବାକୁ ମିଳୁଛି । ତେଣୁ ସାଧାରଣ ଲୋକଙ୍କୁ ସଚେତନ କରାଇବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟରେ ରାଲିର ଆୟୋଜନ କରୁଛନ୍ତି ।

{"id":209825,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.