ରାଜସ୍ଥାନରେ ସମସ୍ତ ୨୫ ଆସନରେ ବିଜେପି ଆଗୁଆ

Published By : Prameya-News7 Bureau | May 23, 2019 IST

ଜୟପୁର ୨୩/୫ : ରାଜସ୍ଥାନର ୨୫ଟି ଲୋକସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି । ସମସ୍ତ ୨୫ ଆସନରେ ବିଜେପି ଆଗୁଆ ରହିଛି । ଯୋଧପୁରରୁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ସେଖାୱତ, ରାଜସମ୍ପଦରୁ ଦିୟା କୁମାରୀ, ଝାଲାବାଡରୁ ଦୁଷ୍ମନ୍ତ ସିଂହ, ଅଜମେରରୁ ଭାଗିରଥ ଚୌଧୁରୀ ଆଗୁଆ ଅଛନ୍ତି । ଦିୟା କୁମାରୀ ୪୯୧୮୭୯ ଭୋଟରେ ଆଗୁଆ ଅଛନ୍ତି । ଜୟପୁରରୁ ରାମଚରଣ ବୋହରା ୨୫୫୪୧୪ ଭୋଟରେ ଆଗୁଆ ଅଛନ୍ତି । ଜୟପୁର ଗ୍ରାମିଣରୁ ରାଜ୍ୟବର୍ଦ୍ଧନ ସିଂହ ରାଥୋଡ ୩୪୨୭୭୩ ଭୋଟରେ ଆଗୁଆ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.