Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

‘ଖାସ୍ ସମୁଦାୟ’କୁ ଟାର୍ଗେଟ୍ କରିବା ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଅଭିଯାନ ଚଲାଯାଉଛି: ଥରୁର

17/07/2021 at 9:30 PM

ନୂଆଦିଲ୍ଲୀ ୧୭।୦୭: ଦେଶର କିଛି ରାଜ୍ୟ ଜନସଂଖ୍ୟା ନିୟନ୍ତ୍ରଣ ସପକ୍ଷରେ ଆଗକୁ ଆସିଛନ୍ତି। ଉତ୍ତର ପ୍ରଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ନୀତିର ଡ୍ରାଫ୍ଟ ଘୋଷଣା କରାଯାଇଛି। ଏହା ପରେ ଆଉ କିଛି ରାଜ୍ୟ ଏହା ଉପରେ ବିଚାର କରୁଛନ୍ତି। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଭାରତୀୟ ଜନତା ପାର୍ଟି(ବିଜେପି)କୁ ଟାର୍ଗେଟ୍ କରିଛନ୍ତି। ଥରୁର କହିଛନ୍ତି, କିଛି ସଂପ୍ରଦାୟକୁ ଦୃଷ୍ଟିରେ ରଖି ଏହି ଆଇନକୁ ଲାଗୁ କରାଯିବାକୁ ଉଦ୍ୟମ ଚାଲିଛି। ବିଜେପି ରାଜନୈତିକ ଫାଇଦା ପାଇଁ ଏହି ପ୍ରସଙ୍ଗ ଉଠାଉଛି। ଆଗାମୀ ୨୦ ବର୍ଷରେ ଭାରତୀୟଙ୍କ ପାଇଁ ବଡ ଚ୍ୟାଲେଞ୍ଜ ବାର୍ଦ୍ଧକ୍ୟ ଜନସଂଖ୍ୟା ହେବ, ଜନସଂଖ୍ୟା ବୃଦ୍ଧି ନୁହେଁ ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥରୁର।

ତିରୁଅନନ୍ତପୁରମର ଲୋକସଭା ସାଂସଦ ଥରୁର କହିଛନ୍ତି, ଏହା ସଂଯୋଗ ଯେ, ଯେଉଁ ତିନି ରାଜ୍ୟର ସରକାର ଜନସଂଖ୍ୟା କମାଇବା କଥା କହୁଛନ୍ତି, ତାହା ହେଉଛି ଉତ୍ତର ପ୍ରଦେଶ, ଆସାମ ଓ ଲାକ୍ଷାଦ୍ଵୀପ। ସମସ୍ତେ ଜାଣିଛନ୍ତି ଯେ, ସେଠାରେ ଉପେକ୍ଷିତ ହୋଇଥିବା ଲୋକେ କେଉଁମାନେ। ହିନ୍ଦୁବାଦୀ ଶକ୍ତି ବାସ୍ତବରେ ଜନସଂଖ୍ୟା ନିୟନ୍ତ୍ରଣ ବିଷୟ ପଢି ନାହାନ୍ତି। ସେମାନଙ୍କର ଉଦ୍ଦେଶ୍ୟ କେବଳ ଶୁଦ୍ଧ ରାଜନୀତି ଓ ସାଂପ୍ରଦାୟିକ ଉପରେ ପର୍ଯ୍ୟବେଷିତ।  

ଥରୁର ଏମିତି ଟିପ୍ପଣୀ ସେହି ସମୟରେ କରିଛନ୍ତି, ଯେଉଁ ସମୟରେ ଉତ୍ତର ପ୍ରଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଡ୍ରାଫ୍ଟକୁ ସାର୍ବଜନୀନ କରାଯାଇଛି। ଆସାମ ସରକାର ମଧ୍ୟ ଏହି ଦିଗରେ କାମ ଆରମ୍ଭ କରି ଦେଇଛି। ଉଭୟ ରାଜ୍ୟରେ ବିଜେପିର ସରକାର। ୟୁପିର ଡ୍ରାଫ୍ଟରେ କୁହାଯାଇଛି ଯେ, ଦୁଇରୁ ଅଧିକ ପିଲା ଥିବା ଲୋକଙ୍କୁ ଅନେକ ସରକାରୀ ଯୋଜନାରୁ ବଞ୍ଚିତ କରାଯିବ। ଜନସଂଖ୍ୟା ନିୟନ୍ତ୍ରଣ ନୀତି ପାଳନ କରୁଥିବା ଲୋକଙ୍କୁ ଅନେକ ପ୍ରୋତ୍ସାହନ ଦିଆଯିବ।

   Related Posts