ବିଜେପି ଉଠାଇଲା ମମିତା କେସ୍, ବିଜେଡି କହିଲା ଦରଦାମ ନିୟନ୍ତ୍ରଣ କର

Published By : Prameya-News7 Bureau | October 31, 2021 IST

ଭୁବନେଶ୍ଵର ୩୧।୧୦: ଦରଦାମ ବୃଦ୍ଧିକୁ ବିଜେଡି ଗଣ୍ଠି କରିଥିବା ବେଳେ ବିଜେପି ଆଜି ମମିତା ପ୍ରସଙ୍ଗକୁ ପୁଣି ଦିଲ୍ଲୀ ଦରବାରରେ ଉଠାଇଛି।  ମମିତା ମେହେର ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବିକୁ ଦିଲ୍ଲୀରେ ଦୋହରାଇଛି ବିଜେପି । ଦିଲ୍ଲୀରେ ଜଷ୍ଟିସ ଫର ମମିତା ରାଲି କରିଛି ବିଜେପି । ଏଥିସହିତ କ୍ୟାପିଟାଲ ଥାନା ଆଗରେ ପ୍ରତିବାଦ କରିବା ସହ ଏତଲା ଦେଇଛି ଭୁବନେଶ୍ବର ଜିଲ୍ଲା ବିଜେପି । ଘଟଣାକୁ ନେଇ ପ୍ରତିବାଦ କରି ଆସୁଥିବା କଂଗ୍ରେସ ମଧ୍ୟ ଦିଲ୍ଲୀରେ ଆନ୍ଦୋଳନକୁ ଜୋରଦାର କରିବ ବୋଲି ଚେତାବନୀ ଦେଇଛି। ଯନ୍ତର ମନ୍ତରରେ ଧାରଣାଦେବା ସହ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ଦେବ ବୋଲି କହିଛି ଯୁବ କଂଗ୍ରେସ । ସେପଟେ ଏହାର ଜବାବ ରଖିଛି ବିଜେଡି।

{"id":536409,"sizeSlug":"full","linkDestination":"none"}

ଦିଲ୍ଲୀରେ ଗର୍ଜିଲେ ବିରୋଧୀ । ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀରେ ହେବ ଜୋରଦାର ଆନ୍ଦୋଳନ କରିଛି । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତି ଅବସରରେ ଆଜି ଦିଲ୍ଲୀରେ ଜଷ୍ଟିସ ଫର ମମିତା ଆନ୍ଦୋଳନକୁ ତେଜ ଦେଇଛି। ପୂର୍ବରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସାମ୍ବାଦିକ ସମ୍ମିଳନୀ ଏହି ପ୍ରସଙ୍ଗ ଦିଲ୍ଲୀରେ ଉଠାଇଥିବା ବେଳେ ବିଜେପିର କେନ୍ଦ୍ରୀୟ ପ୍ରତିନିଧି ଦଳ ବୁଲିକି ଯାଇଛି। ଆଉ ଆଜି ଯେତେବେଳେ ବିଜେଡି ଦରବୃଦ୍ଧି ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛି ସେତିକିବେଳେ ଦିଲ୍ଲୀରେ ସ୍ବରକୁ ଶାଣିତ କରିଛି ବିଜେପି। ସମ୍ବିତପାତ୍ର କହିଛନ୍ତି, ମାମଲାରେ ସିବିଆଇ ତଦନ୍ତ ସହ ମମିତାକୁ ନ୍ୟାୟ ନ ମିଳିବା ଯାଏଁ ବିଜେପି ଚୁପ ବସିବନି । ଏଣେ ଭୁବନେଶ୍ବର କ୍ୟାପିଟାଲ ଥାନା ଆଗରେ ଭୁବନେଶ୍ବର ଜିଲ୍ଲା ବିଜେପି ପ୍ରତିବାଦ କରି ନାରାବାଜି କରିଥିଲା । ଘଟଣାରେ ସଠିକ ତଦନ୍ତ ଦାବି କରି ଥାନାରେ ଏତଲା ଦେଇଛି ବିଜେପି। 

{"id":536410,"sizeSlug":"full","linkDestination":"none"}

ସେପଟେ କଂଗ୍ରେସ ବି ଦିଲ୍ଲୀରେ ମମିତା ପ୍ରସଙ୍ଗ ଧରି ଦିଲ୍ଲୀ ମୁହାଁ ହେଲାଣି। ମମିତା ହତ୍ୟାକାଣ୍ଡ ଘଟଣାରେ ଯୁବ କଂଗ୍ରେସ କଟକରେ ଡିଜି ଅଫିସ ଘେରାଉ କରିବା ସହ ଭୁବନେଶ୍ବରେ ଆନ୍ଦୋଳନ କରିଛି।  ଆସନ୍ତା ୬ ଓ ୭ ତାରିଖରେ ରାଜଭବନ ଆଗରେ ଯୁବ କଂଗ୍ରେସ ଅହୋରାତ୍ର ଧାରଣା ଦେଇ ୮ ତାରିଖରେ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିବ। ଏବଂ ୧୦ରେ ଦିଲ୍ଲୀରେ ଆବାସିକ କମିଶନଙ୍କ କାର୍ଯ୍ୟାଳୟ ଆଗରେ, ୧୧ରେ ଯନ୍ତର ମନ୍ତରେ ଧାରଣା ଦେବ ଏବଂ  ୧୨ ତାରିଖରେ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ଦେବ ଯୁବ କଂଗ୍ରେସ।

{"id":536411,"sizeSlug":"full","linkDestination":"none"}

ଘଟଣାରେ କୈଣସି ସଂପୃକ୍ତି ନଥିବା ନିଜେ ମନ୍ତ୍ରୀ ବିବୃତି ରଖି ସାରିଛନ୍ତି । ହେଲେ ମନ୍ତ୍ରୀଙ୍କ ସଫେଇକୁ ବିରୋଧୀ ଗ୍ରହଣ ନକରି ପ୍ରତିବାଦ ଜାରି ରଖିଛନ୍ତି । ସେପଟେ ବିଜେଡି କହିଛି ଦରଦାମ ବୃଦ୍ଧି ପ୍ରସଙ୍ଗ ଏଡାଇବାକୁ ବିଜେପି ଏପରି ପ୍ରତିବାଦ କରୁଛି । ଘଟଣାରେ କୌଣସି ତଥ୍ୟ ପ୍ରମାଣ ନଥାଇ ବିରୋଧୀ ଅଯଥାରେ ରାଜନୀତି କରୁଛନ୍ତି।

ମିଷ୍ଟ୍ରିକୁ ନେଇ ଜୋର ଧରିଥିବା ରାଜ୍ୟ ରାଜନିତୀ ଏବେ ଦିଲ୍ଲୀ ମୁହାଁ ହେଉଥିବା ବେଳେ ସେପଟେ ଦିଲ୍ଲୀର ଦରଦାମ ଅଙ୍କ ରାଜ୍ୟ ରାଜନୀତିକୁ ଗରମ କଲାଣି। ଘଟଣାର ଅନୁଧ୍ୟାନ ଲାଗି  କଳାହାଣ୍ଡି ଓ ବଲାଙ୍ଗୀର ଗସ୍ତ କରି ଦିଲ୍ଲୀ ଫେରିଥିବା ବିଜେପିର କେନ୍ଦ୍ରୀୟ ଟିମ ଦିଲ୍ଲୀରେ ସିବିଆଇ ତଦନ୍ତ ଦାବିକୁ ଜୋର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.