Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

କଂଗ୍ରେସ ଉପରେ ବର୍ଷିଲା ବିଜେପି : ସମ୍ବିତ ପାତ୍ର କହିଲେ, ‘କଂଗ୍ରେସ ୪ଜଣଙ୍କୁ ନେଇ ଚାଲୁଛି, ଦେଶରୁ ଡୁବିଗଲାଣି ଦଳ’

2/03/2021 at 10:15 PM

ନୂଆଦିଲ୍ଲୀ ୦୨/୦୩ : ମୌଳବାଦୀ ଦଳମାନଙ୍କ ସହ ନିର୍ବାଚନ ମେଣ୍ଟକୁ ନେଇ କଂଗ୍ରେସ ଉପରେ ବର୍ଷିଛି ବିଜେପି । ମହାରାଷ୍ଟ୍ରରେ ଶିବସେନା ସହିତ ମେଣ୍ଟ ସରକାର ଚଳାଇଥିବା ବେଳେ ପଶ୍ଚିମବଙ୍ଗରେ ଇଣ୍ଡିଆନ୍ ସେକ୍ୟୁଲାର୍ ଫ୍ରଣ୍ଟ, କେରଳର ୱେଲଫେୟାର ପାର୍ଟି ଏବଂ ଆସାମରେ ଥିବା AIUDF ସହ ମେଣ୍ଟ ରାଜନୀତିକୁ ନେଇ କଂଗ୍ରେସକୁ ଟାର୍ଗେଟ୍‌ କରିଛି ବିଜେପି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, କଂଗ୍ରେସ ସୁବିଧାବାଦୀ ରାଜନୀତି କରୁଛି ।  

ଦଳର ମୁଖପାତ୍ର ସମ୍ବିତ୍‌ ପାତ୍ର କହିଛନ୍ତି ଯେ, ‘ନିର୍ବାଚନ ​​ଜିତି ଭଲ ଶାସନ ଦେବା ନୁହେଁ ବରଂ ଗାନ୍ଧୀ ପରିବାରର ପ୍ରାସଙ୍ଗିକତା ବଜାୟ ରଖିବା କଂଗ୍ରେସର ଉଦ୍ଦେଶ୍ୟ’ । ତାମିଲନାଡୁରେ ରାହୁଲ ଗାନ୍ଧୀଙ୍କ ପୁସ୍-ଅପ୍‌କୁ ନିନ୍ଦା କରି ସେ କହିଛନ୍ତି ଯେ, ‘ରାହୁଲ ଗାନ୍ଧୀ ଯେତେ ଦଣ୍ଡ, ବ୍ୟାୟାମ୍‌ କରିଲେ ମଧ୍ୟ କୌଣସି ସୁଫଳ ମିଳିବନି । କଂଗ୍ରେସ ଦଳ ଦେଶରୁ ଡୁବିଯାଇଛି । ବର୍ତ୍ତମାନ ଏହା ପଣିଥରେ ମୁଣ୍ଡଟେକି ଛିଡାହେବାକୁ ସକ୍ଷମ ନୁହେଁ’।

ବେଙ୍ଗଲରେ ଅବଦୁଲ ସିଦ୍ଦିକିଙ୍କ ଇଣ୍ଡିଆନ୍ ସେକ୍ୟୁଲାର୍ ଫ୍ରଣ୍ଟ ସହିତ କଂଗ୍ରେସର ମେଣ୍ଟକୁ ନେଇ ଦଳର ନେତା ଅଧିର ରଞ୍ଜନ ଚୌଧୁରୀ ଏବଂ ଆନନ୍ଦ ଶର୍ମାଙ୍କୁ ଟାର୍ଗେଟ୍‌ କରିଛନ୍ତି ସମ୍ବିତ ପାତ୍ର । ସେ କହିଛନ୍ତି ଏହା ଦ୍ବାରା କଂଗ୍ରେସ ଦଳ ଭିତରେ ହିଁ ଅଡୁଆ ସୃଷ୍ଟି ହୋଇଛି । କେରଳର ୱେଲଫେୟାର ପାର୍ଟି ଅଫ୍‌ ଇଣ୍ଡିଆ ହେଉଛି ଜମାତ-ଇ-ଇସଲାମୀର ସଂଗଠନ । ଆସାମରେ ଦେଶ ବିରୋଧୀ କାର୍ଯ୍ୟକଳାପରେ ବଦରୁଦ୍ଦିନ ଅଜମଲଙ୍କ AIUDF ସମ୍ପୃକ୍ତ ଥିବା ଅଭିଯୋଗରେ ଏନଆଇଏ ତଦନ୍ତ ଜାରି ରଖିଛି ।

ଗୁଲାମ ନବୀ ଆଜାଦଙ୍କ ସମେତ ଜି -୨୩ ନେତାଙ୍କ ଉପରେ କଂଗ୍ରେସର ଆଭ୍ୟନ୍ତରୀଣ ଆକ୍ରମଣକୁ ଦୁଃଖଦ ବୋଲି କହିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ସମ୍ବିତ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ମଧ୍ୟରେ ନିର୍ବାଚନ ଏବଂ ଲୋକତନ୍ତ୍ର ଦାବି କରିବା ଏକ ଅପରାଧ ଅଟେ । ସେ କହିଛନ୍ତି ଯେ, ‘କଂଗ୍ରେସ କେବଳ ଗୋଟିଏ ପରିବାର ୪ଜଣ (ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରବର୍ଟ ଭଦ୍ରା)ଙ୍କ ଦଳ ହୋଇ ରହିଛି ।

   Related Posts