Independence Day: ହାତ ଉଠାଇ ସମସ୍ତେ କହିଲେ ‘ଭାରତ ମାତା କି ଜୟ’ ଓ ‘ବନ୍ଦେ ମାତରମ’, ମୂର୍ତ୍ତି ପରି ବସି ରହିଲେ କେଜ୍ରିଓ୍ଵାଲ, ଦେଖନ୍ତୁ ଭିଡିଓ...

Published By : Prameya-News7 Bureau | August 15, 2020 IST

ନୂଆଦିଲ୍ଲୀ ୧୫।୦୮: ୭୪ ତମ ସ୍ଵାଧୀନତା ଦିବସ ପାଳନ ଅବସର ମଧ୍ୟରେ ପୁଣି ଥରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପ୍ରଶ୍ନ ଘେରରେ। ଲାଲକିଲ୍ଲାର ପ୍ରାଚୀରରୁ ଭାଷଣ ପରେ ଯେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାତ ଉଠାଇ ‘ଭାରତ ମାତା କି ଜୟ’ ଓ ‘ବନ୍ଦେ ମାତରମ’ ନାରା ଦେଲେ ସେହି ସମୟରେ ଅରବିନ୍ଦ୍ର କେଜ୍ରି ହାତ ବାନ୍ଧି ବସିଥିଲେ। କିନ୍ତୁ ତାଖ ଆଖପାଖରେ ବସିଥିବା ସମସ୍ତ ବ୍ୟକ୍ତି ହାତ ଉଠାଇ ‘ଭାରତ ମାତା କି ଜୟ’ ଓ ‘ବନ୍ଦେ ମାତରମ’ ନାରା ଦେଇଥିଲେ। ଏହାକୁ ନେଇ ଏବେ ବିଜେପି କେଜ୍ରିଓ୍ଵାଲଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି।

ଦିଲ୍ଲୀରେ ୭୪ତମ ସ୍ଵାଧୀନତା ଦିବସ ସମାରୋହ ଅବସରରେ ନିଜର ଭାଷଣ ଶେଷ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ଦୁଇ ହାତ ଉଠାଇ ‘ଭାରତ ମାତା କି ଜୟ’ ଓ ‘ବନ୍ଦେ ମାତରମ’ ନାରା ଦେବାକୁ ଅପିଲ୍ କରିଥିଲେ। ଏହା ପରେ ସମସ୍ତ ଲୋକ ନିଜ ହାତ ଉଠାଇ ନାରା ଲଗାଇଥିଲେ ହେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ନିଜ ଜାଗାରେ ସ୍ଥିର ହୋଇ ବସି ରହିଥିଲେ। ସେ ହାତ ଉଠାଇ ନାରା ମଧ୍ୟ ଦେଇନଥିଲେ। ଏହାକୁ ନେଇ ଦିଲ୍ଲୀ ବିଜେପି କେଜ୍ରିଓ୍ଵାଲଙ୍କ ଉପରେ ପ୍ରଶ୍ନ ଉଠାଇଛି।

wp:html /wp:html

ଆତଙ୍କବାଦୀଙ୍କ ପାଇଁ ହାତ ଉଠୁଛି, ବନ୍ଦେ ମାତରମ ପାଇଁ ଚୁପ୍ କଣ ପାଇଁ

ଦିଲ୍ଲୀ ବିଜେପିର ମୁଖପାତ୍ର ଜାତିନ୍ଦର ପାଲ ସିଂହ ବଗା ଟ୍ଵିଟ୍ କରି କହିଛନ୍ତି ଅରବିନ୍ଦ କେଜ୍ରିଓ୍ଵାଲ ! ବନ୍ଦେ ମାତରମର ସମ୍ମାନ କଲେ ଆପଣଙ୍କର ଭୋଟ୍ ବ୍ୟାଙ୍କ ଅସନ୍ତୁଷ୍ଟ  ହୋଇଯିବେ ? ବାଟଲା ଆତଙ୍କବାଦୀଙ୍କ ପାଇଁ ତ ଆପଣଙ୍କ ହାତ ବହୁତ ଶୀଘ୍ର ଉଠି ଯାଇଥିଲା, ସେନାଠୁ ପ୍ରମାଣ ମାଗିବା ପାଇଁ ଆପଣଙ୍କ ହାତ ଶୀଘ୍ର ଉଠିଥିଲା, ତେବେ ଆଜି କେଉଁ ରୋଗ ହୋଇଗଲା ଆପଣଙ୍କୁ ଯେ ବନ୍ଦେ ମାତରମ ନାରା ଦେବା ସମୟରେ ହାତ ଉଠାଇ ପାରିଲେ ନାହିଁ ?

ବଗା କହିଛନ୍ତି କେଜ୍ରିଓ୍ଵାଲ ନିର୍ବାଚନ ସମୟରେ ସ୍ପଷ୍ଟ ଭାବେ କହୁଥିଲେ ଯେ ମୁସଲମାନ ତାଙ୍କ ଦଳକୁ ଭୋଟ୍ ଦିଅନ୍ତୁ। ଆଜି କଣ ବନ୍ଦେ ମାତରମ ନାରା ବେଳେ ହାତ ନଉଠାଇବା  ସେହି ଭୋଟ୍‌ ବ୍ୟାଙ୍କକୁ ଖୁସି କରିବାର ଏକ ଉଦ୍ୟମ ଥିଲା କି ? ସେ କହିଛନ୍ତି ବନ୍ଦେ ମାତରମର ନାରା ବିଜେପି କିମ୍ବା ଅନ୍ୟ କୌଣସି ପାର୍ଟିର ନୁହେଁ। କେଜ୍ରିଓ୍ଵାଲଙ୍କ ଏହି ଅବସରରେ ହାତ ଉଠାଇବାର ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.