Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଜେଲ୍ ବଦଳରେ ବଙ୍ଗଳାରେ ଆରାମରେ ରହୁଛନ୍ତି ଲାଲୁ, ତାଙ୍କ ପାଇଁ ଗେଷ୍ଟ ହାଉସ୍‌ରେ ରହିବାକୁ ବାଧ୍ୟ ହୋଇଛନ୍ତି ରିମ୍ସ ନିର୍ଦ୍ଦେଶକ : ବିଜେପି ଉଠାଇଲା ପ୍ରଶ୍ନ

18/11/2020 at 3:17 PM

ରାଞ୍ଚି ୧୮।୧୧: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ରାଞ୍ଚି ରିମ୍ସ ହସ୍ପିଟାଲ ନିର୍ଦ୍ଦେଶକଙ୍କ କେଲି ବଙ୍ଗଳାରେ ରହିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଝାଡଖଣ୍ଡ ବିଜେପି କହିଛି ଯେ, ରିମ୍ସ ନିର୍ଦ୍ଦେଶକ ଦାୟିତ୍ବ ନେବା ପରେ ମଧ୍ୟ ଗେଷ୍ଟ ହାଉସ୍ ରେ ରହୁଛନ୍ତି ମାତ୍ର ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦଣ୍ଡ ଭୋଗୁଥିବା ଲାଲୁ ପ୍ରସାଦ ଯାଦବ ନିର୍ଦ୍ଦେଶକଙ୍କ ବଙ୍ଗଳାରେ କାହିଁକି ରହୁଛନ୍ତି । ବିଜେପି କହିଛି ଏବେ ଲାଲୁଙ୍କୁ ଜେଲ୍ ପ୍ରତ୍ୟାବର୍ତ୍ତନ କରାଯିବା ଉଚିତ୍ ।  

ରବିବାର ରିମ୍ସ ନିର୍ଦ୍ଦେଶକ ଡ. କାମେଶ୍ବର ପ୍ରସାଦ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହାପରଠାରୁ ସେ ଗେଷ୍ଟ ହାଉସ୍ ରେ ରହୁଛନ୍ତି । ଯାହାକୁ ନେଇ ବିଜେପି ମୁଖପାତ୍ର ପ୍ରତୁଲ ସହଦେବ କହିଛନ୍ତି ଯେ, ଏହା ବିଡମ୍ବନାର ବିଷୟ ରିମ୍ସର ନିର୍ଦ୍ଦେଶକ ଗେଷ୍ଟ ହାଉସ୍ ରେ ରହୁଛନ୍ତି ଏବଂ ଜଣେ କଏଦୀ ତାଙ୍କ ବଙ୍ଗଳାରେ ଆରାମରେ ରହୁଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ, ଗେଷ୍ଟ ହାଉଲ୍ ର ଦିନକୁ ଭଡା ୮୦୦ ଟଙ୍କା, ସରକାର ଜଣେ ଅଭିଯୁକ୍ତ ପାଇଁ କାହିଁକି ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି ।

ବିଜେପି ପ୍ରଦେଶ ଅଧ୍ୟକ୍ଷ ଦୀପକ ପ୍ରସାଦ କହିଛନ୍ତି ଯେ, ଜେଲ୍ ଦଣ୍ଡ ଭୋଗୁଥିବା ଜଣେ କଏଦୀ କାହିଁକି କେଲି ବଙ୍ଗଳାରେ ରହୁଛନ୍ତି ? ସେ କହିଛନ୍ତି ଅଗଷ୍ଟ ମାସରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଇଥିଲା । ସେତେବେଳେ ପ୍ରସାଦ ଯାଦବଙ୍କୁ ରିମ୍ସର ପେଇଙ୍ଗ ଓ୍ବାର୍ଡରୁ କେଲି ବଙ୍ଗଳାକୁ ସ୍ଥାନାନ୍ତର କରାଯାଇଥିଲା । ଏବେ କରୋନା ସଂକ୍ରମଣ କମିଛି । ତେଣୁ କଏଦୀଙ୍କୁ ନିର୍ଦ୍ଦେଶକଙ୍କ ବଙ୍ଗଳାରୁ ଜେଲ୍ ପଠାଇଦେବା ଉଚିତ୍ ।

ଝାଡଖଣ୍ଡ ଜେଲ୍ ଅଧୀକ୍ଷକ କହିଛନ୍ତି ଯେ, ଲାଲୁ ପ୍ରସାଦ ଯାଦବଙ୍କୁ ସ୍ଥାନାନ୍ତର କରାଯିବା ନେଇ ଏବେ କୌଣସି ନିଷ୍ପତ୍ତି ନିଆଯାଇନାହିଁ । କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯିବ ।

ସୂଚନାଯୋଗ୍ୟ ଯେ, କରୋନା ଭାଇରସ୍ ସଂକ୍ରମଣରୁ ବର୍ତ୍ତିବା ପାଇଁ ଲାଲୁ ପ୍ରସାଦ ଯାଦବଙ୍କୁ ରିମ୍ସର ପେଇଙ୍ଗ ଓ୍ବାର୍ଡରୁ କେଲି ବଙ୍ଗଳାକୁ ସ୍ଥାନାନ୍ତର କରାଯାଇଥିଲା । ସେବେଠାରୁ ଲାଲୁ ଏହି ବଙ୍ଗଳାରେ ରହୁଛନ୍ତି । ରବିବାର ରିମ୍ସର ନୂଆ ନିର୍ଦ୍ଦେଶକ କାର୍ଯ୍ୟଭାର ଗ୍ରହଣ କରିସାରିଛନ୍ତି । ତେବେ ତାଙ୍କ ପାଇଁ ବଙ୍ଗଳା ଖାଲି କରିବାକୁ ପଡିବ । ବର୍ତ୍ତମାନ ରିମ୍ସର ନୂଆ ନିର୍ଦ୍ଦେଶକ ଗେଷ୍ଟ ହାଉସ୍ ରେ ରହୁଛନ୍ତି ।

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଗୋଖାଦ୍ୟ ଦୁର୍ନୀତିରେ ୫ଟି ମାମଲା ଚାଲିଛି । ଏଥିରୁ ୪ଟି ମାମଲା ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇସାରିଛି । ଗୋଟିଏ ମାମଲା ଏବେବି ଚାଲୁ ରହିଛି ।

   Related Posts