ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ଓଇଆର୍‌ସି କାର୍ଯ୍ୟାଳୟ ସାମ୍ନାରେ ବିଜେପିର ବିକ୍ଷୋଭ

Published By : Prameya-News7 Bureau | September 24, 2020 IST

ଭୁବନେଶ୍ବର୨୪/୯: ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଓଇଆର୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ। ସାରା ଦୁନିଆରେ କରୋନା ମହାମାରୀର ଆତଙ୍କ ଦେଖା ଦେଇଛି। କିନ୍ତୁ ଏଭଳି ସଙ୍କଟ ସମୟରେ ରାଜ୍ୟ ସରକାର ବିଦ୍ୟୁତ୍‌ ଦର ବୃଦ୍ଧି କରିଛନ୍ତି। ଆସନ୍ତା ଅକ୍ଟୋବରରୁ ବର୍ଦ୍ଧିତ ବିଦ୍ୟୁତ୍ ଦର ଲାଗୁ ହେବ। ଲୋକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ଥିବାବେଳେ, ୟୁନିଟ୍ ପିଛା ୨୦ ପଇସା ଦର ବୃଦ୍ଧି ନେଇ ହୋଇଛି ନିଷ୍ପତ୍ତି। ଏହି ନିଷ୍ପତ୍ତିକୁ ସରକାର ପ୍ରତ୍ୟାହାର କରନ୍ତୁ ନଚେତ୍ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ବିଜେପି। ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ବହୁ କର୍ମୀ ବିକ୍ଷୋଭରେ ସାମିଲ୍ ଥିଲେ।

ଅନ୍ୟପଟେ ବର୍ଦ୍ଧିତ ବିଦ୍ୟୁତ ଦରକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବର୍ଦ୍ଧିତ ବିଦ୍ୟୁତ ଦର ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ। ଯଦି ଏହାକୁ ପ୍ରତ୍ୟାହାର ନ କରାଯାଏ ତେବେ ବୁଝାଯିବ ସରକାର ଜନ ବିରୋଧୀ କାର୍ଯ୍ୟ କରୁଛନ୍ତି। ଏଭଳି ପରିସ୍ଥିତିରେ ଲୋକଙ୍କଠୁ ଅଧିକ ଟ୍ୟାକ୍ସ ନେଇ ବୋଝ ଉପରେ ନଳିତା ବିଡା ସଦୃଶ ଭଳି କାର୍ଯ୍ୟ କରିବ ସରକାରଙ୍କର କୌଣସି ନୈତିକ ଅଧିକାର ନାହିଁ। କରୋନା ପରିସ୍ଥିତିରେ ଅନ୍ତତଃ ଲୋକଙ୍କ ଉପରେ ସରକାର ସହାନୁଭୂତି ଦେଖାନ୍ତୁ ବୋଲି ବିରୋଧୀ ଦଳ ନେତା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.