ବିଦ୍ୟୁତ ଶୁଳ୍କ ବୃଦ୍ଧି ସହ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେପିର ବିକ୍ଷୋଭ

Published By : Prameya-News7 Bureau | July 20, 2021 IST

ପାଟଣା ୨୦।୭: ବିଦ୍ୟୁତ ଶୁଳ୍କ ବୃଦ୍ଧି ଓ ବିଦ୍ୟୁତ ସରବରାହ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ ନେଇ କେନ୍ଦୁଝର ଜିଲ୍ଲା ସାହାରପଡା ବିଜେପି ପକ୍ଷରୁ ବିଦ୍ୟୁତ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଏହାସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୫ ଦଫା ସମ୍ବଳିତ ଏକ ଦାବିପତ୍ର କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତରେ ବିଭାଗୀୟ ଲାଇନ ମ୍ୟାନ୍ ମନ ମୋହନ ନନ୍ଦୀଙ୍କୁ ପ୍ରଦାନ କରାଯାଇଛି ।

{"id":483377,"sizeSlug":"large","linkDestination":"none"}

ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମମିତା ନାଏକଙ୍କ ସଭାପତିତ୍ବରେ ହୋଇଥିବା ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାହାରପଡା ବିଜେପି କାର୍ଯ୍ୟକର୍ତ୍ତାମାନେ ସାହାରପଡା ଶିବ ମନ୍ଦିରରୁ ବିଦ୍ୟୁତ ଅଫିସ ପର୍ଯ୍ୟନ୍ତ ଏକ ରାଲିରେ ଯାଇ ସେଠାରେ ବିକ୍ଷୋଭ କରିଥିଲେ । ସାହାରପଡା ମଣ୍ଡଳ ସଭାପତି ହରିଶ୍ଚନ୍ଦ୍ର ମହାନ୍ତ, ଉଦୟପୁର ମଣ୍ଡଳ ସଭାପତି ସୁଦର୍ଶନ ମହାନ୍ତ, ଜିଲ୍ଲା କୋଷାଧ୍ୟକ୍ଷ୍ୟ ଓବିସି ମୋର୍ଚ୍ଚା ବୁଲୁ ବାରିକ, ମହିଳା ମୋର୍ଚ୍ଚା ଜିଲ୍ଲା ଉପ ସଭାପତି ଜୟନ୍ତୀ ପରିଡା, ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ଅଶ୍ବିନୀ ମହାନ୍ତ, ସାହାରପଡା ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ପଦ୍ମଲୋଚନ ମହାନ୍ତ, ଉଦୟପୁର ସାଧାରଣ ସମ୍ପାଦକ ନେତ୍ରାନନ୍ଦ ମହାନ୍ତ, ନରହରି ମହାନ୍ତ ଏବଂ ଶିବାଜୀ ଗୌତମ ମହାନ୍ତ ବର୍ମା, ଅବନୀ ମହାନ୍ତ, ସଦାନନ୍ଦ ନାଏକ, ପ୍ରହଲ୍ଲାଦ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ବିକ୍ଷୋଭ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.