ବିଦ୍ୟୁତ ଶୁଳ୍କ ବୃଦ୍ଧି ସହ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେପିର ବିକ୍ଷୋଭ

Published By : Prameya-News7 Bureau | July 22, 2021 IST

ଖଲ୍ଲିକୋଟ ୨୨।୦୭: ବିଦ୍ୟୁତ ଶୁକ୍ଲ ବୃଦ୍ଧି ଓ ଅନ୍ୟାନ୍ୟ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ । ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଦ୍ୟୁତ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ଏକ ଦାବିପତ୍ର ମଧ୍ୟ ଦିଆଯାଇଛି । ସମସ୍ତ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି କରିଯାଇଛି ।

{"id":484160,"sizeSlug":"large","linkDestination":"none"}

ଓଡ଼ିଶାରେ ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ ପ୍ରତି ୟୁନିଟ ପିଛା ଦର ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀରେ ୨ଶହ ୟୁନିଟ ଛାଡ କରାଯାଉଛି। କିନ୍ତୁ ଏବେ ରାଜ୍ୟରେ ବିଦ୍ୟୁତ ଯୋଗାଣକୁ ଟାଟା କମ୍ପାନୀ ହାତରେ ଟେକିଦିଆଯାଇଛି । କମ୍ପାନୀ ସେବା ବଦଳରେ ଲୋକଙ୍କୁ ଠାରୁ ଶୁକ୍ଲ ଆଦାୟ କରିବାରେ ଲାଗିଛି । ତେଣୁ ବିଜେପି ପକ୍ଷରୁ ବର୍ଦ୍ଧିତ ଶୁକ୍ଲ ପ୍ରତ୍ୟାହାର ଦାବୀ ସହ ୧ ରୁ ଏକ ଶହ ୟୁନିଟ ପର୍ଯ୍ୟନ୍ତ ଗୋଟିଏ ଦର ଲାଗୁ ।

{"id":484161,"sizeSlug":"large","linkDestination":"none"}

ସେହିଭଳି ଲୋଭୋଲଟେଜ ଅଞ୍ଚଳକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉ । ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରି ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯାଉ । ସେହିପରି ଛତ୍ରପୁର ଏକ ବାତ୍ୟା ପ୍ରବଣ ଅଞ୍ଚଳ ହୋଇଥିବାରୁ ଭୂତଳ ବିଦ୍ୟୁତ ବ୍ୟବସ୍ଥା କରାଯିବା ସହିତ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ଟ୍ରାନ୍ସଫରମର ଗୁଡିକରେ ବାଉଣ୍ଡ୍ରି ଓା୍ୱଲ କରାଯାଉ । ଏହିପରି ୮ ଦଫା ଦାବୀ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.