ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ, ନୀଳଗିରି ବ୍ଲକ୍ ଆଗରେ ବିଜେପିର ଧାରଣା

Published By : Prameya-News7 Bureau | July 09, 2021 IST

ନୀଳଗିରି ୯।୭: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାରା ରାଜ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ବିଜେପି । ଏନେଇ ସାରା ରାଜ୍ୟରେ ବ୍ଲକ୍ ଆଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହିଭଳି ଶୁକ୍ରବାର ନୀଳଗିରି ବ୍ଲକ୍ ଆଗରେ ସ୍ଥାନୀୟ ବିଜେପି ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ନେତୃତ୍ବରେ ଧାରଣା ଦିଆଯାଇଛି। ସମସ୍ତ ପଞ୍ଚାୟତର ବିଜେପି କର୍ମୀମାନେ ଏହି ଧାରଣାରେ ସାମିଲ ହୋଇଥିଲେ। ପରେ ଏକ ଦସ୍ତଖତ ସମ୍ବଳିତ ଅଭିଯୋଗ ପରେ ସ୍ଥାନୀୟ ବିଡ଼ିଓଙ୍କୁ ପ୍ରଦାନ କରିଥିଲେ। ତେବେ କେନ୍ଦ୍ରୀୟ ଯୋଜନାକୁ ସଠିକ୍ ରୂପାୟନ ହେଉନଥିବା ବିଧାୟକ ଅଭିଯୋଗ ଆଣିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.