ଧାନ କିଣାରେ ଅନିୟମିତତା ଅଭିଯୋଗ : ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଗଣଧାରଣା

Published By : Prameya-News7 Bureau | March 01, 2021 IST

ଭଦ୍ରକ ୧।୩: ଧାନ କିଣାରେ ଅନିୟମିତତା ଓ ଚଞ୍ଚକତା ଅଭିଯୋଗରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭଦ୍ରକ ଜିଲ୍ଲା ବିଜେପି ତରଫରୁ ଗଣଧାରଣା । ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକ ଓ ସେବା ସମବାୟ ସମିତି ଅଧୀନରେ ଧାନ କିଣାରେ ବ୍ୟାପକ ଅନିୟମିତତା ଅଭିଯୋଗ ହେଉଛି । ଅନେକ ଅଞ୍ଚଳର ଚାଷୀ ଧାନ ବିକ୍ରି ପାଇଁ ଟୋକନ ପାଇବା ପରେ ମଧ୍ୟ ଧାନ ବିକ୍ରି କରିପାରୁ ନାହାନ୍ତି ।

ଅନ୍ୟପଟେ ଅନେକ ଚାଷୀଙ୍କର ଟୋକନ ପାଇବାର ମାସେ ବିତି ଯାଇଛି କିନ୍ତୁ ଧାନ ବିକ୍ରି ହୋଇନାହିଁ । ଏହିସବୁ ସମସ୍ୟାର ସମାଧାନ ଦାବିରେ ଜିଲ୍ଲା ବିଜେପି ଭଦ୍ରକ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେଇଛି । ବିଜେପି ଦାବି ରଖିଛି ଯେ, ଯେଉଁ ଚାଷୀଙ୍କର ଟୋକନ ଅଛି ଓ ଯେଉଁ ଚାଷୀଙ୍କର ଟୋକନର ଧାର୍ଯ୍ୟ ତାରିଖ ସରିଯାଇଛି ସେମାନଙ୍କ ଧାନ ସଂଗ୍ରହ କରାଯାଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.