ଡିଆଇଜି ଅଫିସ୍ ଘେରାଉ ବେଳେ ପୋଲିସ ସହ ବିଜେପି କର୍ମୀ ଧସ୍ତାଧସ୍ତି, ବହୁ ବିଜେପି ନେତାଙ୍କୁ ଉଠାଇନେଲା ପୋଲିସ

Published By : Prameya-News7 Bureau | November 08, 2021 IST

ସମ୍ବଲପୁର ୮।୧୧: ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଡିଆଇଜି ଅଫିସ ଘେରାଉ କରିଛି ବିଜେପି  । ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମମିତା ମେହେର ହତ୍ୟାକାଣ୍ଡରେ ରାଷ୍ଟ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି କରି ଡିଆଇଜି ଅଫିସ ଘେରାଉ କରାଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ,  ପୂର୍ବତନ ବିଧାୟକ ରବି ନାଏକ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଘେରାଉରେ ସାମିଲ ଥିଲେ । ତେବେ ସୁରକ୍ଷା ଦୃଷ୍ଟିକୋଣରୁ ୬ରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ପୋଲିସ ସହ ଧସ୍ତାଧସ୍ତି ଓ ଠେଲାପେଲା ଆରମ୍ଭ ହୋଇଥିଲା ।  ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ଜୟନାରାୟଣ ମିଶ୍ର ଗିରଫ, ନାଉରୀ ନାଏକଙ୍କ ସମେତ ବହୁ ବିଜେପି ନେତା ଗିରଫ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.