ଚଳିତ ଖରିଫ ଧାନ କ୍ରୟ ସମସ୍ୟା ଏବଂ ଟୋକନ ବ୍ୟବସ୍ଥାକୁ ବିରୋଧ କରି ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷେ।ଭ

Published By : Prameya-News7 Bureau | November 26, 2019 IST

ସୋନପୁର ୨୬।୧୧ : କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ଖରିଫ ଧାନ କ୍ରୟ ସମସ୍ୟା ଏବଂ ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥାକୁ ବିରୋଧ କରି  ଭାରତୀୟ ଜନତା ପାର୍ଟି ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷେ।ଭ । ବିଜେପି ଜିଲ୍ଲା ସଭାପତି ବିଜୟ ମହାକୁଡ ଓ ବରିଷ୍ଠ ବିଜେପି ନେତା ଅଶୋକ ପୂଜାରୀ ଓ କୃଷକ ମୋର୍ଚ୍ଚାର ନେତା ଅଶୋକ ପୃଷ୍ଟିଙ୍କ ନେତୃତ୍ବରେ ଶତାଧିକ ଚାଷୀ ଧାରଣାରେ ବସିଛନ୍ତି ।

{"id":190144,"sizeSlug":"large"}

ରାଜ୍ୟ ସରକାରଙ୍କ କେନ୍ଦ୍ରୀୟ ଟୋକନ ଉଚ୍ଛେଦ, କଟନି-ଛଟନି ବନ୍ଦ,ଧାନ ଉଠାଣରେ ପରିବହନ ଖର୍ଚ୍ଚ ଚାଷୀଙ୍କୁ ପ୍ରାପ୍ୟ ଓ ଧାନକିଣା ବ୍ୟବସ୍ଥାରେ ଦଲାଲି ନିଷେଧକୁ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ଦେଇଛନ୍ତି । ବିଶେଷକରି ହୀରାକୁଦ ସେଚାଂଚଳ ବିନିକା ଓ ଡୁଙ୍ଗୁରୀପାଲି ଅଂଚଳ ସମେତ ଜିଲ୍ଲାରେ ଏବର୍ଷ ଧାନର ରେକର୍ଡ ଉତ୍ପାଦନ ହୋଇଥିବା ବେଳେ ସରକାରଙ୍କ କୃଷି ଓ କୃଷକମାରଣ ନୀତିର ପ୍ରତିବାଦ କରି ଏହି ଆନ୍ଦୋଳନ ଆରମ୍ଭ ହୋଇଛି ।

{"id":190145,"sizeSlug":"large"}

ତେବେ ସମସ୍ୟାର ସମାଧାନ ନହେଲେ ଆଗକୁ ଚାଷୀ ଆନ୍ଦୋଳନକୁ ଅଧିକ ଜୋର କରାଯିବ ବୋଲି ଚେତାବନୀ ଦେଇଛି ବିଜେପି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.